ଏଟିଏମରେ ଟଙ୍କା ଉଠାଣ କରି ଠକେଇ ହେଲେ ତୁରନ୍ତ ଥାନାରେ ଥାନାରେ ଏତଲା ଦିଅନ୍ତୁ
ଜିଲା ପୁଲିସ ବିଭାଗର ସାଇବର ଅପରାଧ ବୈଠକ
ନବରଙ୍ଗପୁର: ଜିଲା ପୁଲିସ ପକ୍ଷରୁ ପୁଲିସ କାର୍ଯ୍ୟାଳୟରେ ସାଇବର କ୍ରାଇମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆରକ୍ଷୀ ଅଧିକ୍ଷକ ପିଏସ ପୁରୁଷୋମ ଦାସ ଅଧ୍ୟକ୍ଷତା କରିଥିଲେ। ଜିଲାରେ ହୋଇଥିବା ସାଇବର ଅପରାଧ ସଂପର୍କରେ ସମୀକ୍ଷା କରିଥିଲେ। ଜିଲାର ବିଭିନ୍ନ ଥାନାରେ ହୋଇଥିବା ମୋବାଇଲ ଚୋରୀ, ଏଟିଏମ ଠକେଇ ଉପରେ ସମୀକ୍ଷା କରିବା ସହିତ ଜିଲାରେ ୩୧ଟି ଚୋରୀ ଓ ହଜିଯାଇଥିବା ମୋବାଇଲ ଉଦ୍ଧାର କରାଯାଇଥିବା ଜଣାପଡିଛି।
ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ପିଏସ .ପୁରୁଷୋମ ଦାସ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ଯେ ନବରଙ୍ଗପୁର ଜିଲାରେ ୩୧ଟି ଚୋରୀ ଓ ହଜିଯାଇଥିବା ମୋବାଇଲ ଉଦ୍ଧାର କରାଯାଇଛି। ଏସବୁ ମୋବାଇଲଗୁଡ଼ିକ ସଂପୃକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯିବ। ଏହାଛଡା ଯେଉଁମାନଙ୍କର ଆକାଉଣ୍ଟରୁ ଟଙ୍କା ଉଠାଣ ହେଉଛି ଓ ବିଭିନ୍ନବ୍ୟାଙ୍କରେ ଏଟିଏମ ମାଧ୍ୟମରେ ଟଙ୍କା ଉଠାଣ କରି ଠକେଇ କରି ନିଆଯାଇଛି, ସେମାନେ ତୁରନ୍ତ ଥାନାରେ ଏତଲା ଦେବାକୁ କହିଥିଲେ। ଜିଲାରେ ସାଇବର ଅପରାଧୀଙ୍କୁ ଧରିବା ପାଇଁ ସାଇବର ସେଲ୍ ମାଧ୍ୟମରେ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଯେଉଁମାନେ ଠକେଇର ଶୀକାର ହୋଇଛନ୍ତି ସେମାନଙ୍କର ଟଙ୍କା ଉଦ୍ଧାର କରାଯିବା ସହିତ ଅପରାଧୀଙ୍କୁ ଧରାଯିବ ବୋଲି କହିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟକୃଷ୍ଣ ବେହେରା, ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀ ଓ ସାଇବର ସେଲର ଅଧିକାରୀ ମାନେ ଉପସ୍ଥିତ ଥିଲେ।
Comments are closed.