ମୋହନା : ଜଙ୍ଗଲର ବିଷାକ୍ତ ଛତୁ ଖାଇ ଜଣେ ବ୍ୟକ୍ତି ଗୁରୁତର ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ୨ ଜଣ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସୂଚନାଯୋଗ୍ୟ ମୋହନା ବ୍ଲକ ଅନ୍ତର୍ଗତ ଅଣ୍ଡିରାଗଡ ଗ୍ରାମର କନ୍ଧ ପାଇକ (୫୦), ରମେଶ ନାହାକ (୪୦) ,ଲକ୍ଷ୍ମୀକାନ୍ତ ପାଇକ (୬୦) ଓ ଅନ୍ୟ କିଛି ଲୋକ ମିଶି ଜଙ୍ଗଲକୁ ଭୋଜି କରିବାପାଇଁ ଯାଇଥିଲେ। ସେଠାରେ କିଛି ଦ୍ରବ୍ୟ ସେବନ କରିବା ପରେ ଜଙ୍ଗଲରୁ ସଂଗୃହିତ ଛତୁକୁ ରାନ୍ଧି ଖାଇଥିଲେ। ଏହା ଖାଇବାର କିଛି ସମୟ ପରେ ସେମାନଙ୍କର ମୁଣ୍ଡ ବୁଲାଇବା ଓ ପ୍ରବଳ ବାନ୍ତି ହେବା ସହ ଅବସ୍ଥା ଗୁରୁତର ହେବାରୁ ଘର ଲୋକେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ କନ୍ଧ ପାଇକର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ୨ଜଣ ଚନ୍ଦ୍ରଗିରି ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଡାକ୍ତର କହିଛନ୍ତି।
Comments are closed.