www.samajalive.in
Sunday, December 7, 2025
16.1 C
Bhubaneswar

ଥାଇଲାଣ୍ଡରେ ମେହୁଲ ଚୋକ୍‍ସିର ୧୩.୧୪ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ପଳାତକ ହୀରା ବ୍ୟବସାୟୀ ତଥା ପିଏନ୍‍ବି ଠକେଇର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକ୍‍ସିର ଥାଇଲାଣ୍ଡରେ ଥିବା ୧୩.୧୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଇଡି ବେଆଇନ୍‍ ଅର୍ଥ କାରବାର ନିବାରଣ ଆଇନ ୨୦୦୨ ଅନୁସାରେ ଥାଇଲାଣ୍ଡରେ ମେହୁଲ ଚୋକ୍‍ସିର ଏକ କାରଖାନାକୁ ଅସ୍ଥାୟୀ ରୂପେ ଜବତ କରିଥିବା ସୂଚନା ମିଳିଛି । ଏହି କାରଖାନା ଏବିକ୍ରିଷ୍ଟ ଥାଇଲାଣ୍ଡ ଲିମିଟେଡ୍‍ କମ୍ପାନୀ ନାମରେ ରହିଛି। ପ୍ରକାଶ ଯେ ଏବିକ୍ରିଷ୍ଟ ହେଉଛି ଗୀତାଞ୍ଜଳି ଗ୍ରୁପ୍‍ର ଏକ କମ୍ପାନୀ। ମେହୁଲ ଚୋକ୍‍ସି ହେଉଛନ୍ତି ଗୀତାଞ୍ଜଳି ଗ୍ରୁପ୍‍ର ମାଲିକ।

ଇଡି ଅଧିକାରୀଙ୍କ କହିବା ଅନୁଯାୟୀ ଚୋକ୍‍ସି ପିଏନ୍‍ବି ଅର୍ଥକୁ ବିଦେଶର ଏକାଧିକ ନକଲି କମ୍ପାନୀ ଆକାଉଣ୍ଟକୁ ସ୍ଥାନାନ୍ତର କରିଛି । ଏହି ନକଲି କମ୍ପାନୀଗୁଡ଼ିକ ମଧ୍ୟରୁ କେତେକ କେବଳ କାଗଜ କଲମରେ ଚାଲୁଥିଲେ। ପିଏନ୍‍ବିର ଟଙ୍କା ବିଦେଶର ସେହି ସବୁ ନକଲି କମ୍ପାନୀ ନାମରେ ଜମା ହେଉଥିଲା ।

- Advertisement -

ପ୍ରକାଶଯୋଗ୍ୟ ଯେ ପଳାତକ ମେହୁଲ ଚୋକ୍‍ସି ଆଣ୍ଟିଗୁଆ ନାଗରିକତ୍ବ ନେଇ ସେଠାରେ ବସବାସ କରୁଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରୁ ନୀରବ ମୋଦୀ ୬,୪୯୮.୨୦ କୋଟି ଓ ଚୋକ୍‍ସି ୬,୪୯୮.୨୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories