www.samajalive.in
Sunday, December 7, 2025
18.1 C
Bhubaneswar

କୁପୋଷଣର ମୁକାବିଲା ପାଇଁ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ଦିଗରେ କାର୍ଯ୍ୟ କରାଯାଉଛି : ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଖାଦ୍ୟ ଓ କୃଷି ସଂଗଠନର ୭୫ତମ ବାର୍ଷିକୀ ପାଳନ ଅବସରରେ ଏକ ୭୫ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି। ଆଜି ଭାରତରେ କ୍ରମାଗତ ସଂସ୍କାର ଜାରି ରହିଛି ଯାହା ବିଶ୍ଵର ଖାଦ୍ୟ ନିରାପତ୍ତା ପ୍ରତି ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି। କୃଷି ଠାରୁ ଆରମ୍ଭ କରି କୃଷକଙ୍କ ସଶକ୍ତିକରଣ, ଭାରତର ସାଧାରଣ ବଣ୍ଟନ ବ୍ୟବସ୍ଥା ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ କ୍ଷେତ୍ରରେ ଉନ୍ନତି କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନେ ଜାଣନ୍ତି କି କରୋନା ଯୋଗୁଁ ସମଗ୍ର ବିଶ୍ୱ ସଂଘର୍ଷ କରୁଥିବା ବେଳେ ଭାରତର କୃଷକମାନେ ଏଥର ମଧ୍ୟ ଗତ ବର୍ଷର ଉତ୍ପାଦନର ରେକର୍ଡ ଭାଙ୍ଗିଛନ୍ତି। ଆପଣ ଜାଣନ୍ତି କି ଗହମ, ଧାନ ଏବଂ ଡାଲି ଭଳି ସମସ୍ତ ପ୍ରକାରର ଖାଦ୍ୟ ଶସ୍ୟ କ୍ରୟ କରିବାରେ ସରକାର ନୂଆ ରେକର୍ଡ କରିଛନ୍ତି।
ଏକରୋନା ସମୟରେ ଭାରତ ଗରିବ ଲୋକଙ୍କୁ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ଖାଦ୍ୟ ଶସ୍ୟ ବଣ୍ଟନ କରିଛି।

ଭାରତରେ ପୋଷଣ  ଅଭିଯାନକୁ ମଜବୁତ କରିଥିବା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଆଜି ଗହମ ଏବଂ ଧାନ ସମେତ ଅନେକ ଫସଲର ୧୭ ଟି ନୂତନ କିସମ ଦେଶର କୃଷକମାନଙ୍କ ପାଇଁ ଉପଲବ୍ଧ ହେଉଛି। କୁପୋଷଣର ମୁକାବିଲା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଉଛି | ବର୍ତ୍ତମାନ ଦେଶରେ ଏପରି ଫସଲକୁ ପ୍ରୋତ୍ସାହନ ଦିଆଯାଉଛି ଯେଉଁଥିରେ ପ୍ରୋଟିନ୍, ଆଇରନ୍, ଜିଙ୍କ୍ ଇତ୍ୟାଦି ପୁଷ୍ଟିକର ପଦାର୍ଥ ଅଧିକ ଥିବ।

- Advertisement -

ଏହା ବ୍ୟତୀତ, ସେ ନିକଟରେ ବିକଶିତ ହୋଇଥିବା ଆଠଟି ଫସଲର ୧୭ ଜୈବିକ କିସମକୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି କିସମର ଶସ୍ୟଗୁଡ଼ିକ ସମେତ ଅନ୍ୟ ଖାଦ୍ୟଶସ୍ୟଗୁଡ଼ିକ ଦେଶର ଜନ ସାଧାରଣଙ୍କୁ ଉତ୍ତମ ପୁଷ୍ଟି ଯୋଗାଇବ। ସ୍ଥାନୀୟ କୃଷକମାନଙ୍କ ଦ୍ୱାରା ସେହି କିସମର ଶସ୍ୟଗୁଡ଼ିକୁ ବିକଶିତ କରାଯାଇଛି। ଜୈବିକ ଦୃଷ୍ଟିରୁ ବିକଶିତ ଫସଲଗୁଡ଼ିକର ଉତ୍ପାଦନକୁ ବିଭିନ୍ନ ସରକାରୀ ଯୋଜନା ସହ ସଂଯୋଗ କରାଯିବ।

ଏହା ଦ୍ୱାରା ଦେଶରୁ କୁପୋଷଣକୁ ଦୂର କରାଯାଇ ପାରିବ। ଏହାଦ୍ୱାରା ମଧ୍ୟ କୃଷକମାନଙ୍କର ଆୟ ବୃଦ୍ଧି ପାଇବ। ସରକାରଙ୍କର ଏହିସବୁ ପଦକ୍ଷେପରୁ ଦେଶର କୃଷିକ୍ଷେତ୍ର ପ୍ରତି ସରକାର କେତେମାତ୍ରାରେ ଧ୍ୟାନ ଦେଉଛନ୍ତି ଓ ଲୋକମାନଙ୍କୁ ପୁଷ୍ଟି ଯୋଗାଣ ଦିଗରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି, ତାହାର ସ୍ପଷ୍ଟ ପ୍ରମାଣ ମିଳୁଛି। ସରକାର ଦେଶରୁ କ୍ଷୁଧା ଓ କୁପୋଷଣ ଦୂର କରିବାକୁ ସଂକଳ୍ପବଦ୍ଧ। ଦେଶରେ ଅଙ୍ଗନବାଡ଼ି, କୃଷିବିଜ୍ଞାନ କେନ୍ଦ୍ର, ଜୈବିକ ଚାଷ ଓ ଉଦ୍ୟାନ ବିଦ୍ୟା ମିଶନଗୁଡ଼ିକରୁ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ମିଳୁଛି।

ଖାଦ୍ୟ ଓ କୃଷି ସଂଗଠନ ଦେଶର ଗରିବ ଶ୍ରେଣୀର ଲୋକମାନଙ୍କୁ ଅର୍ଥନୈତିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରାଇବା ସହ ସେମାନଙ୍କୁ ଉତ୍ତମ ପୁଷ୍ଟି ଯୋଗାଇ ଆସୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories