www.samajalive.in
Monday, December 15, 2025
24.1 C
Bhubaneswar

ଢାକାରେ ପହଞ୍ଚିଲେ ମୋଦୀ : ବିମାନ ବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ଢାକା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗସ୍ତରେ ଯାଇ ବାଂଲାଦେଶରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କୁ ସ୍ୱାଗତ କରିଥିଲେ। ଢାକାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ବାଂଲାଦେଶର ସ୍ୱାଧୀନତାର ୫୦ ବ​‌ର୍ଷ ପୁର୍ତ୍ତି ଉତ୍ସବରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶରେ ପହଞ୍ଚିଛନ୍ତି । କରୋନା ଏବଂ ଲକଡାଉନ୍ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ।


ପଡୋଶୀ ଦେଶର ଜାତୀୟ ଦିବସ ସହିତ ବାଂଲାଦେଶର ଜନକ ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ମଧ୍ୟ ପାଳନ କରାଯାଉଛି ।  ଏହି ଗସ୍ତ ପୂର୍ବରୁ ପିଏମ ମୋଦୀ ଟ୍ୱିଟ କରି କହିଛନ୍ତି ଯେ ବାଂଲାଦେଶ ସହ ଆମର ସହଭାଗିତା ହେଉଛି ‘ପଡ଼ୋଶୀ ପ୍ରଥମ’ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ଆମେ ଏହାକୁ ଗଭୀର ଏବଂ ବ୍ୟାପକ କରିବା ପାଇଁ ପ୍ରତିବଦ୍ଧ । ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱରେ ବାଂଲାଦେଶର ବିକାଶର ଉଲ୍ଲେଖନୀୟ ଯାତ୍ରାକୁ ଆମେ ସମର୍ଥନ ଜାରି ରଖିବୁ।

- Advertisement -

ସେ କହିଛନ୍ତି ଯେ ଶେଖ ମୁଜିବୁର ରହମାନଙ୍କ ଜୀବନ ଏବଂ ଆଦର୍ଶ, ବାଂଲାଦେଶର ସ୍ୱାଧୀନତା ପାଇଁ ଯୁଦ୍ଧ ଏବଂ ଦୁଇ ଦେଶ ମଧ୍ୟରେ ୫୦ ବର୍ଷର କୂଟନୖତିକ ସମ୍ପର୍କ ସମାରେହରେ ସେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟ ମଧ୍ୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ପାଞ୍ଚଟି ଚୁକ୍ତି ସ୍ବାକ୍ଷର ହେବାର ସମ୍ଭାବନା ରହିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories