www.samajalive.in
Monday, December 15, 2025
27.1 C
Bhubaneswar

‘ଫାଇଭ ଫିଲ୍ମସ ଫର ଫ୍ରିଡମ୍‍’

ଭୁବନେଶ୍ୱର: ବ୍ରିଟିଶ କାଉନସିଲ୍‍ ବିଶ୍ୱର ସର୍ବବୃହତ ଏଲଜିବିଟିଆଇକ୍ୟୁ+ଡିଜିଟାଲ ଅଭିଯାନ ‘ଫାଇଭ ଫିଲ୍ମସ୍‍ ଫର ଫ୍ରିଡମ୍‍’ର ସପ୍ତମ ସଂସ୍କରଣ ଆରମ୍ଭ କରୁଛି। ଏଲଜିବିଟିଆଇକ୍ୟୁ+ ସମୁଦାୟଙ୍କ ପ୍ରତି ସମର୍ଥନ ଜ୍ଞାପନ ପୂର୍ବକ ଯେକୌଣସି  ସ୍ଥାନର ଦର୍ଶକଙ୍କୁ ଏହି ପାଞ୍ଚଟି ଚଳଚ୍ଚିତ୍ର ଅନ୍‍ଲାଇନରେ ଦେଖିବା ଏବଂ ଏ ସମ୍ପର୍କରେ #FiveFilmsForFreedom ହାସଟ୍ୟାଗ୍‍କୁ ବ୍ୟବହାର କରି ଏହାର ପ୍ରଚାର କରିବାକୁ ପରାମର୍ଶ ଦିଆଯାଇଛି। ଆତ୍ମ-ଅଭିବ୍ୟକ୍ତି, ଗ୍ରାମାଞ୍ଚଳ ସମୁଦାୟଙ୍କ ମଧ୍ୟରେ ସମଲୈଙ୍ଗିକତା, କମ୍‍ ବସୟରେ ବାହାରକୁ ବାହାରି ଆସିବା ଏବଂ ଜୀବନର ପରବର୍ତ୍ତୀ ସମୟରେ ପ୍ରେମକୁ ଖୋଜିବା ଆଦି ବିଷୟ ଉପରେ ଆଧାରିତ ଚଳିତ ବର୍ଷର କ୍ଷୁଦ୍ର ଚଳଚ୍ଚିତ୍ରଗୁଡିକ ପ୍ରେମ ଓ ଗ୍ରହଣୀୟତାକୁ ନେଇ ଏଲଜିବିଟିଆଇକ୍ୟୁ+ଙ୍କର ଦୃଷ୍ଟିକୋଣର ବିଭିନ୍ନ ଦିଗ ପ୍ରତି ଦୃଷ୍ଟିଦେଇଛି।
ଏହି ପାଞ୍ଚଟି ସମ୍ପୂର୍ଣ୍ଣ ନୂଆ ଏଲଜିବିଟିଆଇକ୍ୟୁ+ ଚଳଚ୍ଚିତ୍ରଗୁଡିକ ସମଗ୍ର ବିଶ୍ୱରେ ପ୍ରସାରଣ ଅବସରରେ ଚଳିତ ବର୍ଷ ଭାରତ, ସ୍ପେନ, ସ୍ୱିଡେନ, ଆମେରିକା ଓ ବ୍ରିଟେନ୍‍ ଆଦି ରାଷ୍ଟ୍ରର ବିଚିତ୍ର କାହାଣୀଗୁଡିକର ଅବତାରବଣା କରାଯିବ। ଭୁବନେଶ୍ୱରରେ ବ୍ରିଟିଶ କାଉନସିଲ୍‍ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ସହିତ ସହଭାଗିତା କରିଛି, ଯାହା ଚଳଚ୍ଚିତ୍ରଗୁଡିକର ପ୍ରଦର୍ଶନ, ଦଳଗତ ଆଲୋଚନା ଏବଂ କବିତା ଅଧିବେଶନ ଆୟୋଜନ କରିବ। ଫାଇଭ ଫିଲ୍ମସ ଫର୍‍ ଫ୍ରିଡମ କାର୍ଯ୍ୟକ୍ରମ ୨୦୧୫ରେ ଆରମ୍ଭ ହେବା ଦିନଠାରୁ ୨୦୦ରୁ ଅଧିକ ରାଷ୍ଟ୍ରର ୧୫ ନିୟୁତରୁ ଅଧିକ ଲୋକ ଏହି ଚଳଚ୍ଚିତ୍ରଗୁଡିକୁ ଦେଖିସାରିଛନ୍ତି। ବିଶେଷକରି ଭାରତୀୟ ଦର୍ଶକଙ୍କ ନିମନ୍ତେ ଫାଇଭ ଫିଲ୍ମସ୍‍ ଜିଓ ସିନେମାରେ ମଧ୍ୟ ପ୍ରଦର୍ଶିତ ହେବ। ଚଳିତ ବର୍ଷ ଭାଷାଗତ ପ୍ରତିବନ୍ଧକ ଦୂର କରିବାକୁ ଚଳଚ୍ଚିତ୍ର ସହିତ ହିନ୍ଦୀ ଏବଂ ଅନ୍ୟ ସ୍ଥାନୀୟ ଭାଷାର ସବ୍‍ଟାଇଟଲ ଦିଆଯାଉଛି।ଭାରତ ଓ ନେପାଳରେ ଥିବା ଯୁବ ଏଲଜିବିଟିଆଇକ୍ୟୁ+ କଳାକାର ଏବଂ ସର୍ଜନାକାରୀଙ୍କ ପାଇଁ ଏକ କର୍ମଶାଳା ପରିଚାଳନା ଦାୟିତ୍ୱ ନେପାଳସ୍ଥିତ ଜଣେ ମହିଳା ସପକ୍ଷବାଦୀ ଯୁବ କର୍ମୀ ପୁଷ୍ପା ଜୋଷୀଙ୍କୁ ବ୍ରିଟିଶ କାଉନସିଲ ପକ୍ଷରୁ ନ୍ୟସ୍ତ କରାଯାଇଛି। ଏହାର ଶୁଭାରମ୍ଭ ଅବସରରେ ବ୍ରିଟିଶ କାଉନସିଲର ଡାଇରେକ୍ଟର ଆର୍ଟସ ଇଣ୍ଡିଆ ଜୋନାଥନ୍‍ କେନେଡି କହିଛନ୍ତି, ଫାଇଭ ଫିଲ୍ମସ ଫର ଫ୍ରିଡମ୍‍ ଅଭିଯାନ ଅଧିକରୁ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିବା ସହିତ ସମଗ୍ର ବିଶ୍ୱରେ ଜନସାଧାରଣଙ୍କୁ ଏଥିସହିତ ନିବିଡ ଭାବରେ ନିୟୋଜିତ କରୁଛି। କ୍ୱିର୍‍ ମୁସଲିମ ପ୍ରୋଜେକ୍ଟର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ରଫିଉଲ୍‍ ଆଲମ୍‍ ରହମାନ୍‍ କହିଛନ୍ତି, ଗୋଷ୍ଠୀ, ସୃଜନଶୀଳତା, ଆତ୍ମ ଅଭିବ୍ୟକ୍ତି ଏବଂ ଭଲପାଇବାକୁ ନେଇ ଖୁସି ମନାଇବାକୁ ଏକ ସୁଯୋଗ ସୃଷ୍ଟି ଦିଗରେ ବ୍ରିଟିଶ କାଉନସିଲ ସହିତ ମିଳିତ ଭାବେ କାର୍ଯ୍ୟକରି ବାସ୍ତବରେ ଆମେ ଗୌରବାନ୍ୱିତ ମନେକରୁଛୁ।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories