‘ପିଏମ୍ ନରେନ୍ଦ୍ର ମୋଦୀ’ ରିଲିଜ୍ ନେଇ ସ୍ଥଗିତାଦେଶ ହଟିଲା

ମୁମ୍ବଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ପିଏମ୍ ନରେନ୍ଦ୍ର ମୋଦୀ’ ରିଲିଜ୍ ନେଇ ସ୍ଥଗିତାଦେଶ ଦୂର ହୋଇଛି । ‘ପିଏମ୍ ନରେନ୍ଦ୍ର ମୋଦୀ’ ରିଲିଜ୍ ଉପରେ ସ୍ଥଗିତାଦେଶ ଲଗାଇବା ପାଇଁ ହୋଇଥିବା ଦୁଇଟି ପୃଥକ୍‍ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଓ ବମ୍ବେ ହାଇକୋର୍ଟ ଖାରଜ୍ କରିଛନ୍ତି । ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍‍ ଓ ଜଷ୍ଟିସ ଏ.ଜେ ଭମ୍ବାନୀଙ୍କ ଖଣ୍ଡପୀଠ ଏ ଘଟଣାରେ ହସ୍ତକ୍ଷେପ କରିବାକୁ ଅଗ୍ରାହ୍ୟ କରି ଆବେଦନକୁ ଖାରଜ କରିଥିଲେ ଓ ଆବେଦନକାରୀ ସେନସର ବୋର୍ଡ କିମ୍ବା ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇପାରନ୍ତି ବୋଲି କହିଥିଲେ।

prayash

ସେହିପରି ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ନରେଶ ପାଟିଲ ଓ ଜଷ୍ଟିସ ଏନ.ଏମ୍‍ ଜାମ୍‍ଦାରଙ୍କ ଖଣ୍ଡପୀଠ, ନିର୍ବାଚନ କମିଶନ ଚଳଚ୍ଚିତ୍ର ନିର୍ମାତାଙ୍କୁ ନୋଟିସ୍‍ ଜାରି କରିଛନ୍ତି ବୋଲି କହିଥିଲେ।

ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନେତା ବିବେକ ଓବରୟ ନଜର ଆସିବେ। ତେଣୁ ନିର୍ବାଚନ କମିଶନ ହିଁ ଏହି ବିଷୟରେ ନିଷ୍ପତ୍ତି ନେବେ ବୋଲି ନ୍ୟାୟାଳୟ କହିଛନ୍ତି। ଶତିଶ ଗାଏକ୍ବାଡ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ ସ୍ଥଗିତାଦେଶ ଲାଗୁ କରିବାକୁ ଆବେଦନ କରି ଅଦାଲତର ଦ୍ବାରସ୍ଥ ହୋଇଥିଲେ।

kalyan agarbati

Comments are closed.