www.samajalive.in
Monday, December 15, 2025
24.1 C
Bhubaneswar

ସଂସଦରେ ଡ୍ରାମା କରନାହିଁ: ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ସବୁ ଦଳକୁ ଅଧିବେଶନରେ ସହଯୋଗ କରିବାକୁ ମୋଦୀ ନିବେଦନ କରିଛନ୍ତି । ଗୃହ କାର୍ଯ୍ୟରେ ବାଧା ନଦେବାକୁ ବିରୋଧୀଙ୍କୁ ଅପିଲ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ସଂସଦରେ ଡ୍ରାମା ନୁହେଁ ଡେଲିଭରି ଆବଶ୍ୟକ । ଡ୍ରାମା କରିବାକୁ ବହୁତ ସ୍ଥାନ ରହିଛି, ସେଠାରେ କର, ଏଠାରେ କର ନାହିଁ । ଯେଉଁଠାରେ ହାରିଛନ୍ତି ସେଠାରେ ଯାଇକି କରନ୍ତୁ ବୋଲି ମୋଦୀ ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି । ଚଳିତ ଅଧିବେଶନରେ ୧୫ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୧୪ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଗତ ହୋଇପାରେ ।

ପରାଜୟର ନିରାଶାରୁ ବିରୋଧୀଙ୍କୁ ବାହାରିବାକୁ ଅପିଲ୍‌ କରିଛନ୍ତି ମୋଦୀ । କିଛି ବିରୋଧୀ ଦଳ ସେମାନଙ୍କ ପରାଜୟକୁ ସ୍ୱୀକାର କରିପାରୁନାହାଁନ୍ତି, ପରାଜୟର ସବୁ ରାଗ, କ୍ରୋଧ ସେମାନେ ସଂସଦରରେ ଆସି ସୁଝାନ୍ତି । ପରାଜୟର ଭୟ ଏଡି ବିତର୍କର କ୍ଷେତ୍ର ନହେଉ ବୋଲି ମୋଦୀ କହିଛନ୍ତି । ଡ୍ରାମା କରିବାକୁ ଅନେକ ସ୍ଥାନ ରହିଛି, ଏଠି ଡ୍ରାମା ନୁହେଁ ଡେଲିଭରି ଆବଶ୍ୟକ । ସେହିପରି ନାରାବାଜୀ ପାଇଁ ମଧ୍ୟ ଅନେକ ସ୍ଥାନ ରହିଛି, ଏଠି ନାରାବାଜି ନକରି ନୀତି ଓ ଦେଶ ଗଠନରେ ସକରାତ୍ମକ ଭୂମିକା ନିର୍ବାହ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ନିଶାନା କରି କହିଛନ୍ତି । ଚଳିତ ଅଧିବେଶନରେ ୧୫ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୧୪ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଗତ ହୋଇପାରେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories