ନୂଆଦିଲ୍ଲୀ: ସୁଲତାନ ଆଜ୍ଲାନ ଶାହା ଆମନ୍ତ୍ରଣୀୟ ପୁରୁଷ ହକି ପ୍ରତିଯୋଗିତାର ୩୧ତମ ସଂସ୍କରଣ -୨୦୨୫ରେ ବେଲଜିୟମ ଚମ୍ପିଆନ ଓ ଭାରତ ରନର୍ସଅପ ହୋଇଛନ୍ତି। ମାଲେସିଆର ଇଫୋରେ ଚାଲିଥିବା ଉକ୍ତ ପ୍ରତିଯୋଗିତାର ରବିବାର ଫାଇନାଲ ଖେଳାଯାଇଥିଲା। ଏଥିରେ ବେଲଜିୟମ ୧-୦ ଗୋଲରେ ଭାରତକୁ ପରାସ୍ତ କରି ପ୍ରଥମ ଟାଇଟଲ ଜିତିଛି। ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ପ୍ରଥମ ଓ ଦ୍ବିତୀୟ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା। ତୃତୀୟ କ୍ବାର୍ଟର ତଥା ଖେଳର ୩୪ ମିନିଟ୍ରେ ବେଲଜିୟମ ପକ୍ଷରୁ ଥିୟାବେ ଷ୍ଟକହାମ ଗୋଲ ଦେଇ ଦଳକୁ ୧-୦ରେ ଆଗୁଅା କରିଥିଲେ। ଭାରତ ଶେଷ ସେକେଣ୍ଡ ପର୍ଯ୍ୟନ୍ତ ଗୋଲ ଦେବା ନେଇ ଉଦ୍ୟମ କରିଥିଲେ ମଧ୍ୟ ବେଲଜିୟମ କୌଣିସ ସୁଯୋଗ ଦେଇନଥିଲା। ୬ଟି ଦେଶକୁ ନେଇ ଆୟୋଜିତ ଉକ୍ତ ପ୍ରତିଯୋଗିତାେର ଭାରତ ଲିଗ୍ ପର୍ଯ୍ୟାୟରେ ମଧ୍ୟ ବେଲଜିୟମ ନିକଟରୁ ୨-୩ ଗୋଲରେ ପରାଜିତ ହୋଇଥିଲା। ସେହିପରି ମାଲେସିଆକୁ ୬-୧ ଗୋଲରେ ହରାଇ ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନ ହାସଲ କରିଛି।
Popular Categories



