www.samajalive.in
Sunday, December 7, 2025
13.1 C
Bhubaneswar

ବାରୁଣୀ ପଥରେ ଦଳିତ ପିଲାଙ୍କ ବୃକ୍ଷରୋପଣ

ପାତ୍ରପୁର: ଦିଗପହଣ୍ଡି ବ୍ଳକ ଭ୍ରମର ପୁର ପଞ୍ଚାୟତ ସମାସିଙ୍ଗିଶାସନ ଗ୍ରାମରେ ଦଳିତ ପିଲାଙ୍କ ଦ୍ୱାରା ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମର ଦଳିତ ସାହିର ଅଙ୍ଗନବାଡି ଏବଂ ସ୍କୁଲ ପିଲାମାନେ ଏହି କାର୍ୟ୍ୟକ୍ରମରେ ଅଂଶ ଗ୍ରହଣକରି ବୃକ୍ଷରୋପଣ କରିଥିଲେ। ସମାସିଙ୍ଗି ଶାସନ ଗ୍ରାମଠାରୁ ବାରୁଣୀ ପୀଠକୁ ଥିବା ରାସ୍ତାର ଦଳିତ ସାହି ପର୍ୟ୍ୟନ୍ତ ଦୁଇ ପାର୍ଶ୍ୱରେ ବିଭିନ୍ନ କିସମର ଶତାଧିକ ବୃକ୍ଷରୋପଣ କରାଯାଇଥିଲା। ମନ୍ଦିର ପୂଜକ ବଳରାମ ରଣା ପୂଜା କରିବା ପରେ ଦିବ୍ୟାଙ୍ଗ(ଦୃଷ୍ଟିହୀନ) ଦଳିତ ଛାତ୍ରୀ ବର୍ଷା ରାଣୀ ନାଇକ ବୃକ୍ଷ ରୋପଣର ଶୁଭାରମ୍ଭ କରିଥିଲେ। ଏହି କାର୍ୟ୍ୟକ୍ରମରେ ସୁମନ, ଅନିଲ, ସୁନୀଲ, ଭାରତୀ, ବିକ୍ରମ, କିଶନ ପ୍ରଭୃତି କୋଡ଼ିଏ ଜଣ ପିଲା ଅଂଶଗ୍ରହଣ କରିଥିଲେ। ଅବସରପ୍ରାପ୍ତ ସେନା କର୍ମଚାରୀ ମହେନ୍ଦ୍ର କୁମାର ମିଶ୍ରଙ୍କ ସମେତ ସୀମାଞ୍ଚଳ ନାଇକ, ମୁନି ନ।ଇକ, ରିନା ନାଇକ ପ୍ରମୁଖ ବ୍ୟକ୍ତିମାନେ ସହାୟତା କରିଥିଲେ। ସମାଜ ପ୍ରତିନିଧି ରବୀନ୍ଦ୍ର କୁମାର ମିଶ୍ରଙ୍କ ଉଦ୍ୟମରେ ଏହି କାର୍ୟ୍ୟ ସମ୍ପାଦନ କରାଯାଇ ଶତାଧିକ ବୃକ୍ଷରୋପଣ କରାଯାଇଥିଲା। ଆଗାମୀ ବର୍ଷ ମଧ୍ୟ ଏହିଭଳି କାର୍ୟ୍ୟକ୍ରମ କରିବା ସ୍ଥିର ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories