ଗୋପାଳପୁର : ଓଡ଼ିଶା ପରିବେଶ ସମିତି ଏଵଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଗୋଳନ୍ଥରାସ୍ଥିତ ପାଲୁର ହିଲ୍ ଠାରେ ଥିବା ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷଚାରା ରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଛାତ୍ରଛାତ୍ରୀ, ଆମନ୍ତ୍ରିତ ଅତିଥି ଓ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ମାନଙ୍କ ଦ୍ଵାରା ବଉଳ, ଅଶୋକ, ଚମ୍ପା, କରଞ୍ଜ, ଅର୍ଜୁନ, ପଣସ, ପିଜୁଳି, ସୁନାରି, ସୀତା ଫଳ, କଦମ୍ବ, ଓଉ, ଶିସୁ, କୃଷ୍ଣଚୂଡ଼ା , କଇଥ ଆଦି ୧୦୦ଟି ଦେଶୀ ଗଛ ଚାରା ରୋପଣ କରାଯାଇଥିଲା।ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ପୃଷ୍ଠପୋଷକତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟର ସହ-ଅଧ୍ୟକ୍ଷ ରୋହିତ କୁମାର ପଣ୍ଡାଙ୍କ ସଭାପତିତ୍ଵରେ ଏକ ସଭାର ଆୟୋଜନ କରାଯାଇ ଥିଲା। ବ୍ରହ୍ମପୁର ଆଞ୍ଚଳିକ ଷ୍ଟେଟ ବ୍ୟାଙ୍କ ଶାଖାର ଆଞ୍ଚଳିକ ପ୍ରବନ୍ଧକ ପ୍ରଶାନ୍ତ କୁମାର ବେହେରା ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ। ଗୋଳନ୍ଥରା ଥାନା ସବ ଇନ୍ସପେକ୍ଟର ଦିପ୍ତିରଞ୍ଜନ ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଅତିଥିମାନେ ପରିବେଶର ସ୍ବଛତା ଓ ସବୁଜତା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ । ସଭା ଶେଷରେ ସଂଘମିତା ଧନ୍ୟବାଦ ଅର୍ପଣ କରିଥିଲେ।
Related Posts
ଓଡ଼ିଶା ପରିବେଶ ସମିତି ର ଯୁଗ୍ମ ସଚିବ ଇଞ୍ଜିନିୟର ମନୋରଞ୍ଜନ ମିଶ୍ର ଏଵଂ ଆଜୀବନ ସଭ୍ୟ ସୁକାନ୍ତ ପଟ୍ଟନାୟକଙ୍କ ସକ୍ରିୟ ସହଯୋଗରେଏହି କାର୍ଯକ୍ରମ ଆୟୋଜନ କରାଯାଇଛି।ବିଦ୍ୟାଳୟ କର୍ତ୍ତୃପକ୍ଷ ଗଛ ଗୁଡ଼ିକର ଯତ୍ନ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିବେ ବୋଲି ସୂଚନା ଦେଲେ। ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏଥିରେ ସଂପୂର୍ଣ୍ଣ ସହଯୋଗ କରିଥିଲେ।
ସମ୍ପ୍ରତି ବିଶ୍ଵ ପରିବେଶର ଉତ୍ତାପ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବ୍ୟାପକ ବୃକ୍ଷ ଚାରା ରୋପଣର ମହତ୍ତ୍ଵ ଉପରେ ଆଲୋକପାତ କରାଯାଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା
Comments are closed.