www.samajalive.in
Tuesday, December 9, 2025
26.1 C
Bhubaneswar

ବିମାନବନ୍ଦରରେ ପହଞ୍ଚିଲା ୪୫ ଭାରତୀୟଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ : କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ପାର୍ଥିବ ଶରୀର ଧରି ପହଞ୍ଚିଲା ବାୟୁସେନା ବିମାନ । କୋଚ୍ଚି ବିମାନବନ୍ଦରରେ ବିମାନ ଅବତରଣ କରିବା ପରେ ସମସ୍ତଙ୍କ ଆଖିରେ ଲୁହ ଭରିଯାଇଥିଲା । ମୃତକଙ୍କ ପରିବାରଲୋକେ ସକାଳୁ ବିମାନବନ୍ଦରରେ ଅପେକ୍ଷା କରି ରହିଥିଲେ । ଭାରତୀୟ ବାୟୁସେନାର ସି-୧୩୦ ଜେ ପରିବହନ ବିମାନରେ ୩୧ ଭାରତୀୟଙ୍କ ପାର୍ଥିବ ଶରୀର କୋଚ୍ଚିରେ ଓହ୍ଲାଯାଇଥିଲା । ଏଠାରୁ ମୃତଦେହ ସମସ୍ତଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରିଦିଆଯାଇଛି । ୩୧ ମୃତକଙ୍କ ମଧ୍ୟରେ କେରଳର ୨୩, ତାମିଲନାଡୁର ୭ ଏବଂ ଜଣେ କର୍ଣ୍ଣାଟକର ବୋଲି ସୂଚନା ଦିଆଯାଇଛି । ଘଟଣାରେ ମୃତ୍ୟୁବରଣ କରିଥିବା ଉତ୍ତର ଭାରତର ଶ୍ରମିକଙ୍କ ମୃତଦେହକୁ ନେଇ ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବ ।

- Advertisement -

ସୂଚନା ଯୋଗ୍ୟ ଦକ୍ଷିଣ କୁଏତର ମନଗଫ ଅଞ୍ଚଳରେ ଥିବା ଏକ କୋଠାରେ ଅଗ୍ନିକାଣ୍ଡ ଘଟି ୪୫ ଭାରତୀୟଙ୍କ ସମେତ ୪୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଦକ୍ଷିଣ ଅହମଦୀ ପ୍ରଦେଶ ଅନ୍ତର୍ଗତ ମନଗଫ ଅଞ୍ଚଳରେ ଏହି ଅଘଟଣ ଘଟିଥିଲା। ମୃତ ଭାରତୀୟଙ୍କ ମଧ୍ୟରେ ୨୪ ଜଣ କେରଳର ଶ୍ରମିକ ଥିଲେ। ଏହା ସହିତ ଓଡ଼ିଶାର ଦୁଇ ଜଣ କର୍ମଚାରୀ ରହିଥିଲେ। ଏମାନେ ସେଠାକାର ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। କମ୍ପାନୀ ପକ୍ଷରୁ ଦିଆଯାଇଥିବା ୬ମହଲା କୋଠାରେ ସେମାନେ ରହୁଥିଲେ। ନାଇଟ୍‌‌ ଡ୍ୟୁଟି ସାରି କର୍ମଚାରୀମାନେ ଶୋଇଥିବାବେଳେ ତଳ ମହଲାରେ ଥିବା ରୋଷେଇ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ତାହା ଧୀରେ ଧୀରେ ଅନ୍ୟ ସମସ୍ତ କୋଠାକୁ ବ୍ୟାପିଯାଇଥିଲା। ଶୋଇଥିବା କାରଣରୁ କର୍ମଚାରୀମାନେ ବାହାରକୁ ବାହାରିପାରି ନ ଥିଲେ। ଫଳରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। ଏହି ଘଟଣାରେ ଅନ୍ୟ ୫୦ ଜଣ ଆହତ ହୋଇଥିଲେ।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories