ଦିଲ୍ଲୀ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ
ନୂଆଦିଲ୍ଲୀ .- ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଛିଡା ହୋଇଥିବା ଏକର ଏୟାର ଇଣ୍ଡିଆ ବିମାନରେ ନିଆଁ ଲାଗିଯାଇଥିଲା । ବୁଧିବାର ବିଳମ୍ବିତ ରାତିରେ ଏହାର ବିଦ୍ୟୁତ ଯୋଗାଣ ୟୁନିଟରେ ନିଆଁ ଲାଗିଥିବା ଦେଖିବାକୁ ମିଳଥିଲା । ଏକ ଏସିକୁ ଠିକ୍ କରିବା ସମୟରେ ଏଥିରେ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ସୂଚନା ମିଳିଛି । ବିମାନ ବନ୍ଦରେ ଥିବା ଜରୁରୀକାଳୀନ ଟିମ୍ ଓ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।
ଏଥିରେ ମରାମତି କାର୍ଯ୍ୟ ଚାଲୁଥିବାରୁ ବିମାନଟି ଖାଲିଥିଲା । ଏହି ଘଟଣାକୁ ଏୟାର ଇଣ୍ଡିଆ ପକ୍ଷରୁ ଏକ ସାମାନ୍ୟ ଘଟଣା ବୋଲି କୁହାଯାଇଛି । ଘଟଣା ପରେ ବିମାନକୁ ସମ୍ପୂର୍ଣ୍ଣ ଭାବେ ଯାଞ୍ଚ କରାଯାଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
#WATCH Air India Delhi to San Francisco (Boeing 777) flight caught fire in Auxiliary Power Unit (APU) yesterday at Delhi airport. Fire started during AC repair. Air India terms it minor incident, plane was empty at the time of repair work, fire was doused immediately. pic.twitter.com/Og790FVABE
— ANI (@ANI) April 25, 2019
Comments are closed.