www.samajalive.in
Sunday, December 7, 2025
26.1 C
Bhubaneswar

ଆଇପିଏଲ୍‌ ଫାଇନାଲ : ପନ୍ତ-ଶ୍ରେୟସଙ୍କ ଅଦ୍ଧଶତକ,ମୁମ୍ବଇକୁ ୧୫୭ ରନ୍‌ର ଟାର୍ଗେଟ୍ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ : ଦୁବାଇ ଇଣ୍ଟରନ୍ୟାଶନାଲ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଚଳିତ ଆଇପିଏଲର ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ବପକ୍ଷ ମୁମ୍ବଇକୁ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଋଷଭ ପନ୍ତ ଓ ଅଧିନାୟକ ଶ୍ରେୟସ ଆୟାରଙ୍କ ଅଦ୍ଧଶତକୀୟ ଇନିଂସ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ୱିକେଟ୍ ହରାଇ ୧୫୬ ରନ୍ କରିଛି । ଅର୍ଥାତ ମୁମ୍ବାଇକୁ ବିଜୟ ପାଇଁ ୧୫୭ ରନ୍ ଆବଶ୍ୟକ ।

ଦୁବାଇ ଇଣ୍ଟରନ୍ୟାଶନାଲ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ପାଇଁ ଓପନିଂ ଯୋଡି ଫେଲ୍ ମାରିଥିଲେ । ପ୍ରଥମ ବଲରେ ଦିଲ୍ଲୀ ଓପନର ମାର୍କସ ଷ୍ଟୋଇନିସଙ୍କୁ ପାଭେଲିଅନ ପଠାଇ ନିଜ ଡିଫେଣ୍ଡି ଚମ୍ପିଆନର ଅନ୍ଦାଜ ଦେଖାଇଥିଲେ ଟ୍ରେଣ୍ଟ ବୋଲ୍ଟ । ପରେ ଶିଖର ଧୱନ(୧୫) ଓ ଅଜିଙ୍କ୍ୟ ରାହେଣ(୨) ରେ ଆଉଟ ହେବା ପରେ ଭୁସୁଡି ପଡିଥିଲା ଦିଲ୍ଲୀର ଟପ ଅର୍ଡର । ପରେ ମଧ୍ୟକ୍ରମରେ ଅଧିନାୟକ ଶ୍ରେୟାସ ଆୟର ( ୬୫-ଅପରାଜିତ) ଓ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷବ ପନ୍ତ ୯୬ରନର ଭାଗୀଦାରି ଖେଲିଥିଲେ । ଫଳରେ ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ ଦୁହେଁ ।

- Advertisement -

ତେବେ ଦିଲ୍ଲୀର ଏହି ସ୍କୋର ଗତ ବର୍ଷ ଫାଇନାଲ ତୁଳନାରେ ଅଧିକ ହୋଇଛି । ଶେଷ ସିଜନରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଆଗରେ ୧୫୦ରନର ବିଜୟ ଲକ୍ଷ୍ୟ ରଖିଥିଲା ମୁମ୍ବାଇ । ତେଣୁ ଆଜିର ଏହି ବିଜୟ ଲକ୍ଷ୍ୟ ମୁମ୍ବାଇ ପାଇଁ ଆହ୍ବାନ ହୋଇପାରେ ।ସେପଟେ ମୁମ୍ବାଇ ପାଇଁ ଟ୍ରେଣ୍ଟ ବୋଲ୍ଟ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ନାଥନ କୁଲଟର ନାଇଲ ୨ଟି ଓ ଜୟନ୍ତ ଯାଦବ ଗୋଟିଏ ୱିକେଟ ନେଇଛନ୍ତି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପର୍ପଲ କ୍ୟାପ ରେସରେ ଥିବା ଜସପ୍ରୀତ ବୁମରା ଆଜି ମ୍ୟାଚରେ ଗୋଟିଏ ୱିକେଟ ନେଇପାରି ନାହାନ୍ତି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories