www.samajalive.in
Saturday, December 6, 2025
23.1 C
Bhubaneswar

କରୋନା ସମୟରେ ଆଇପିଏଲ୍‌ ଆୟୋଜନ କରି ମାଲାମାଲ୍‌ ହୋଇଛି ବିସିସିଆଇ

ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ସଫଳତାର ସହ ଆଇପିଏଲ୍‌ ଆୟୋଜନ କରିଥିଲା। ଦେଶରେ କରୋନା ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ୟୁଏଇରେ ଖାଲି ଷ୍ଟାଡିୟମରେ  ଆଇପିଏଲ୍‌ ଆୟାଜନ ପାଇଁ ଏକ ବଡ ନିଷ୍ପତ୍ତି ନେଇଥିଲା ବିସିସିଆଇ। ଆଉ ଏବେ ଆଇପିଏଲ୍‌ ଆୟୋଜନ କରି କରୋନା ମହାମାରୀ ଯୋଗୁ ସମସ୍ତେ କ୍ଷତିରେ ରହୁଥିବା ବେଳେ ବିସିସିଆଇ କିନ୍ତୁ ଫାଇଦାରେ ରହିଛି । କରୋନା କାଳରେ ବିସିସିଆଇ ଆଇପିଏଲ ମାଧ୍ୟମରେ ୪୦୦୦ କୋଟି ଟଙ୍କାର ଆୟ କରିଛି। କେବଳ ଅଧିକ ଆୟ ନୁହେଁ ଆଇପିଏଲ୍‌ ୧୩ତମ ସଂସ୍କରଣ ଭ୍ୟୁୟରଶିପରେ ଏଥର ୨୩ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି।

ପ୍ରତିବର୍ଷ ମାର୍ଚ୍ଚ-ଏପ୍ରିଲରେ ଆୟୋଜିତ ହେଉଥିବା ଆଇପିଏଲ ମ୍ୟାଚ୍ ଚଳିତ ବର୍ଷ କରୋନା ପାଇଁ ହେବ କି ନାହିଁ ତାହା ଅନିଶ୍ଚିତତା ଭିତରେ ଥିଲା । ଏପରିକି ଆଇପିଏଲ ରଦ୍ଦ କରିବାର ଆଶଙ୍କା ମଧ୍ୟ ଅଧିକ ଥିଲା। କିନ୍ତୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ସମୟରେ ଆଇପିଏଲ୍‌ ଆୟୋଜନକୁ ଏକ ଚ୍ୟାଲେଞ୍ଜର ସହ ନେଇଥିଲେ। ୟୁଏଇରେ ଖାଲି ଷ୍ଟାଡିୟମରେ ଆଇପିଏଲ୍‌ ୧୩ତମ ସଂସ୍କରଣ ଖେଳାଯାଇଥିଲା। ଆଇପିଏଲ୍‌ ଆୟୋଜନକୁ ଏକ ଚ୍ୟାଲେଞ୍ଜର ସହ ନେଇଥିବା ବିସିସିଆଇ ବର୍ତ୍ତମାନ ଏହାର ଲାଭ ପାଇଛି। ଦେଶ ବାହାରେ ଏବଂ ବିନା ଦର୍ଶକରେ ଖେଳାଯାଇଥିବା ଆଇପିଏଲ୍‌-୨୦୨୦ରୁ ୪ ହଜାର କୋଟି ଟଙ୍କା ଆୟ କରିଛି।

- Advertisement -

ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମଲ ଏକ ସାକ୍ଷାତକାରରେ ଆଇପିଏଲ ୨୦୨୦ ର ସଫଳତା ବିଷୟରେ କଥାବାର୍ତ୍ତା କରୁଥିବାବେଳେ ମହାମାରୀ ସମୟରେ ବିସିସିଆଇ ଆୟୋଜନ କରିଥିବା ଆଇପିଏଲ୍‌ ଦ୍ୱାରା ମିଳିଥିବା ଆୟର ପରିମାଣ ବିଷୟରେ ପ୍ରକାଶ କରିଥିଲେ। ଧୁମଲ କହିଛନ୍ତି, ପୂର୍ବ ଆଇପିଏଲ ତୁଳନାରେ ବୋର୍ଡ ପ୍ରାୟ ୩୫ ପ୍ରତିଶତ ଅଧିକ ଆୟ କରିବାରେ ସଫଳ ହୋଇଛୁ। ମହାମାରୀ ସମୟରେ ଆଇପିଏଲ୍ ଆୟୋଜନ କରି ୪ ହଜାର କୋଟି ଆୟ କରିଛୁ। ସେ କହିଛନ୍ତି ଯେ ଷ୍ଟାଡିୟମରେ ଦର୍ଶକ ଆୟ କମିଥିବା ବେଳେ ଏହାର ଡବଲ ଲାଭ ଟିଭି ଦର୍ଶକଙ୍କଠାରୁ ମିଳିଥିଲା । ସବୁଠାରୁ ଅଧିକ ଦର୍ଶକ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମ୍ୟାଚକୁ ଉପଭୋଗ କରିଥିଲେ । ଆଇପିଏଲକୁ କରୋନା ମୁକ୍ତ କରିବା ପାଇଁ ବିସିସିଆଇ ୩୦ ହଜାରରୁ ଅଧିକ କରୋନା ଭାଇରସ ଟେଷ୍ଟ କରାଇଥିଲା।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories