www.samajalive.in
Saturday, December 6, 2025
14.1 C
Bhubaneswar

୨୦୨୧ରେ ସିଏସ୍‌କେ ଧୋନିଙ୍କୁ ରଖିବା ଅନୁଚିତ : ଆକାଶ ଚୋପ୍ରା

ନୂଆଦିଲ୍ଲୀ : ୨୦୨୧ ଆଇପିଏଲ୍‌ ପୂର୍ବରୁ ଯଦି ମେଗା ଖେଳାଳି ନିଲାମ ଅନୁଷ୍ଠିତ ହୁଏ; ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ମହେନ୍ଦ୍ର ସିଂହ ଧୋନିଙ୍କୁ ଛାଡ଼ିଦେବା ଉଚିତ ହେବ। ଏହା କହିଛନ୍ତି ପୂର୍ବତନ ଭାରତୀୟ ଓପ୍‌ନର ଆକାଶ ଚୋପ୍ରା। ଗତ ଆଇପିଏଲ୍‌ରେ ସିଏସ୍‌କେ ଦୟନୀୟ ପ୍ରଦର୍ଶନ କରି ଆଇପିଏଲ୍‌ ଇତିହାସରେ ପ୍ରଥମଥର ପାଇଁ ପ୍ଲେଅଫ୍ ଖେଳିବାରୁ ବଞ୍ଚିତ ହୋଇଥିଲା। ଦଳରେ ବହୁତ ଅଧିକ ବୟସର ଖେଳାଳି ଥିବାରୁ ଆଗାମୀ ସିଜିନ୍‌ରେ ଏକ ନୂତନ ଦଳ ଗଢ଼ିବାର ସୂଚନା ଦେଇ ସାରିଛନ୍ତି ସିଏସ୍‌କେ ପ୍ରଶିକ୍ଷକ ଷ୍ଟିଫେନ୍‌ ଫ୍ଲେମିଂ।

ଆକାଶ ଚୋପ୍ରା କହିଛନ୍ତି, ମେଗା ନିଲାମ ପୂର୍ବରୁ ଧୋନିଙ୍କୁ ସିଏସ୍‌କେ ଛାଡ଼ିବା ଉଚିତ ହେବ। କାରଣ ମେଗା ନିଲାମ ପୂର୍ବରୁ ଯଦି ସିଏସ୍‌କେ ଧୋନିଙ୍କୁ ରଖେ; ତେବେ ତାଙ୍କୁ ୩ ବର୍ଷ ପାଇଁ ରଖିବାକୁ ପଡ଼ିବ। ଏଥିପାଇଁ ପ୍ରତିବର୍ଷ ଧୋନିଙ୍କୁ ଏହା ୧୫ କୋଟି ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ଏହି ଅର୍ଥରେ ୨/୩ ଜଣ ଭଲ ଖେଳାଳି ସିଏସ୍‌କେ ପାଇପାରିବେ। ୩୯ ବର୍ଷ ବୟସ୍କ ଧୋନି ଅତିବେଶିରେ ଆଉ ଗୋଟିଏ ସିଜିନ୍ ଖେଳିପାରନ୍ତି। ସେ ଆଉ ୩ ବର୍ଷ ଖେଳିବାର ସମ୍ଭାବନା କମ୍। ଯଦି ବା ସିଏସ୍‌କେ ଧୋନିଙ୍କୁ ଆଉ ଗୋଟିଏ ବର୍ଷ ଖେଳାଇବାର ନିଷ୍ପତ୍ତି ନିଏ; ତେବେ ୨୦୨୨ ସିଜିନ୍‌ ପୂର୍ବରୁ ତୁମେ ୧୫ କୋଟି ଟଙ୍କା ମୂଲ୍ୟର ଖେଳାଳି ପାଇବ କେଉଁଠୁ? ତେଣୁ ବୁଦ୍ଧିମାନର କାର୍ଯ୍ୟ ହେବ ଆସନ୍ତା ମେଗା ନିଲାମ ପୂର୍ବରୁ ସିଏସ୍‌କେ ଧୋନିଙ୍କୁ ଛାଡ଼ି ନିଲାମରେ ତାଙ୍କୁ ଗୋଟିଏ ବର୍ଷ ଲାଗି ମ୍ୟାଚ୍‌ କାର୍ଡ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories