www.samajalive.in
Saturday, December 6, 2025
19.1 C
Bhubaneswar

ବଢ଼ିଚାଲିଛି ଆଡିଲେଡ୍‌ରେ କରୋନା ସଂକ୍ରମଣ : ପ୍ରଥମ ଟେଷ୍ଟ ଆୟୋଜନ ନେଇ କ୍ରିକେଟ୍‌ ଅଷ୍ଟ୍ରେଲିଆ ଆଶାବାଦୀ

ସିଡନୀ  : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ଦିବାରାତ୍ର ଭାବେ ଆଡିଲେଡ୍‌ରେ ଖେଳାଯିବାକୁ ସ୍ଥିର ହୋଇଛି। ଅନ୍ୟପକ୍ଷରେ ଆଡିଲେଡ୍‌ରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ସେଠାରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବା ନେଇ କେତେକ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ତେବେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡ୍‌ରେ ଡିସେମ୍ବର ୧୭ରୁ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ନିଶ୍ଚିତ ଭାବେ ଆୟୋଜିତ ହେବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ସ୍ପଷ୍ଟ କରି ଦିଆଯାଇଛି।

ଆଡିଲେଡ୍‌ ଦକ୍ଷିଣ ଅଷ୍ଟ୍ରେଲିଆର ରାଜଧାନୀ ହୋଇଥିବା ବେଳେ ସେଠାରେ କରୋନା ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ଏହାର ନିକଟବର୍ତ୍ତୀ ସହର ଗୁଡ଼ିକ ନିଜ ସୀମା ବନ୍ଦ କରି ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଡିଲେଡ୍‌ରେ ଥିବା ଅଷ୍ଟ୍ରେଲିଆ କ୍ରିକେଟର୍‌ଙ୍କୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ବିମାନ ଯୋଗେ ନ୍ୟୁସାଉଥ୍‌ ୱେଲ୍‌ସକୁ ପଠାଇ ଦିଆଯାଇଛି। ସେହିପରି ଅଷ୍ଟ୍ରେଲିଆ ଟ୍ବେଣ୍ଟି୨୦ ଓ ଦିନିକିଆ ଦଳରେ ସ୍ଥାନ ପାଇଥିବା ଖେଳାଳିମାନଙ୍କୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ଉତ୍ତର ଅଷ୍ଟ୍ରେଲିଆରୁ ସିଡନୀ ପଠାଇ ଦିଆଯାଇଛି। ଭାରତୀୟ କ୍ରିକେଟ୍‌ ଦଳ ବର୍ତ୍ତମାନ ସିଡନୀରେ ସଙ୍ଗରୋଧରେ ରହିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମେ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ଦୁଇଟି ସିରିଜ୍‌ ଶେଷ ହେବା ପରେ ଉଭୟ ଦଳ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ।

- Advertisement -

ଆଡିଲେଡ୍‌ରେ କରୋନା ସଂକ୍ରମଣ ବୃଦ୍ଧି ନେଇ କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଠାରେ କରୋନା ସଂକ୍ରମଣ ବୃଦ୍ଧି ସତ୍ତ୍ବେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆୟୋଜନ ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଆଶାବାଦୀ ଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି। ସେହିପରି କ୍ରିକେଟ୍‌ ଅଷ୍ଟ୍ରେଲିଆର ଅସ୍ଥାୟୀ ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍‌ ହକ୍‌ଲେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଦକ୍ଷିଣ ଅଷ୍ଟ୍ରେଲିଆ ବିଶେଷ କରି ଆଡିଲେଡ୍‌ରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଦୃଷ୍ଟିରୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ସେଠାରେ ଥିବା କ୍ରିକେଟର୍‌ମାନଙ୍କୁ ବିମାନ ଯୋଗେ ନ୍ୟୁ ସାଉଥ୍‌ ୱେଲ୍‌ସ ସ୍ଥାନାନ୍ତର କରାଯାଇଛି। ପରିସ୍ଥିତି ଉପରେ କ୍ରିକେଟ୍‌ ଅଷ୍ଟ୍ରେଲିଆ ତୀକ୍ଷ୍ମ ନଜର ରଖିଛି ଏବଂ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ପାଇଁ ହାତରେ ସମୟ ଥିବାରୁ ବିନା ବାଧାରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆଡିଲେଡ୍‌ରେ ଆୟୋଜିତ ହେବ ବୋଲି ଆଶା କରାଯାଉଛି।

ସୂଚନାଥାଉକି କରୋନା ଭୂତାଣୁ ଅଷ୍ଟ୍ରେଲିଆରେ ପ୍ରବେଶ କରିବାର ପ୍ରାରମ୍ଭିକ ଅବସ୍ଥାରେ ଦକ୍ଷିଣ ଅଷ୍ଟ୍ରେଲିଆରେ ସଂକ୍ରମଣ ସଂଖ୍ୟା ନ୍ୟୁ ସାଉଥ୍‌ ୱେଲ୍‌ସ ଓ ଭିକ୍ଟୋରିଆ ଠାରୁ ବେଶ୍‌ କମ୍‌ ଥିଲା। ଫଳରେ ଦକ୍ଷିଣ ଅଷ୍ଟ୍ରେଲିଆରେ ଗତ ଅକ୍ଟୋବରରୁ ସେଫର୍ଡ ସିଲଡ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ପ୍ରଥମ ୪ ରାଉଣ୍ଡ ମ୍ୟାଚ୍‌ ଆୟୋଜନ ସମ୍ଭବପର ହୋଇପାରିଥିଲା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories