ନିଆଁରେ ପୋଡ଼ି ହୋଇ ଯୁବକ ଗୁରୁତର

0

ପିପିଲି: ନିଆଁରେ ପୋଡ଼ି ହୋଇ ଡେଲାଙ୍ଗ ଥାନା କୋଠବାଡ଼ ପଞ୍ଚାୟତର ଅମାଳଙ୍ଗ ଗ୍ରାମରେ ବସନ୍ତ ଛାଟୋଇ(୨୯) ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ଡେଲାଙ୍ଗ ପୁଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସପିଟାଲକୁ ପଠାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତ ଯୁବକଙ୍କ ଘର ପିପିଲି ଥାନା ଅନ୍ତର୍ଗତ ହାଟସାହି ପଞ୍ଚାୟତର ଲହଙ୍ଗା ଗ୍ରାମରେ ହୋଇଥିବା ସୂଚନା ମିଳିଛି ।
ବସନ୍ତ ରବିବାର ରାତିରେ ନିଆଁରେ ପୋଡି ହୋଇଥିବା ସୂଚନା ପାଇ ଡେଲାଙ୍ଗ ଥାନାଧିକାରୀ ଅସିତ ରଞ୍ଜନ ମହାନ୍ତି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ । ପୂର୍ବ ବିବାଦକୁ ନେଇ ବସନ୍ତଙ୍କୁ କେହି ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିବା ସଂପର୍କରେ ସେ ମୌଖିକ ଅଭିଯୋଗ କରିଛନ୍ତି । ଡେଲାଙ୍ଗ ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଏନେଇ ପୁଲିସରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।

Leave A Reply