www.samajalive.in
Monday, December 15, 2025
24.1 C
Bhubaneswar

୭ ଦଫା ଦାବି ନେଇ ପିପିଳିଆ କ୍ରିୟାନୁଷ୍ଠାନ କମିଟିର ବୈଠକ

ପାଟଣା : ଘଟଗାଁ ବ୍ଲକ ଅଞ୍ଚଳ ପିପିଳିଆ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ୨୦୧୫ ଫେବୃୟାରୀରୁ ଗଠନ ହେବାପରେ ଅଞ୍ଚଳର ବହୁ ବର୍ଷର ଦାବି ୨୦ ନଂ ଜାତୀୟ ରାଜପଥର ଓଭର ବ୍ରିଜ ନିର୍ମାଣ ଦାବି ପୂରଣ ହୋଇଛି। ପିପିଳିଆରେ ଓଭର ବ୍ରିଜ କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଭାପତି ଉଗ୍ରସେନ ନାୟକଙ୍କ ଅଧ୍ୟକ୍ଷତାରେ ୭ ଦଫା ଦାବି ନେଇ ଏକ ବୈଠକ ପିପିଳିଆ ପଞ୍ଚାୟତ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଭର ବ୍ରିଜ ଉଦଘାଟନ ସମ୍ପର୍କରେ ବୈଠକରେ ଆଲୋଚନା ହେବା ସହ କାନଝାରୀ ଡ୍ୟାମରୁ ପାଇପ ଯୋଗେ ଜୁଲାଇ ମାସରୁ ପିପିଳିଆ , ଚିକିଣିଆ, ଅସନବଣୀ ଆଦି ୧୬ ଟି ଗ୍ରାମକୁ ଜଳ ଯୋଗାଣ , ପିପିଳିଆରେ ୫୦ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା, ଛକରେ ମାର୍କେଟ କମ୍ପ୍ଲେକ୍ସ,ଶୀତଳ ଭଣ୍ଡାର ,ବାଳିକା ବିଦ୍ୟାଳୟକୁ ସରକାରୀ ମାନ୍ୟତା , ମହାବିଦ୍ୟାଳୟରେ ବାଳକ ଛାତ୍ରାବାସ ,ପିପିଳିଆରେ ପୁଲିସ ଫାଣ୍ଡି ପ୍ରତିଷ୍ଠା ଦାବି ନେଇ ବୈଠକରେ ଆଲୋଚନା ହୋଇଥିଲା। କ୍ରିୟାନୁଷ୍ଠାନ କମିଟିର ପୁନଃ ଗଠନ କରାଯାଇ ଉଗ୍ରସେନ ନାୟକଙ୍କୁ ପୂର୍ବବତ ସଭାପତି କରାଯାଇଥିବାବେଳେ ,ଉପସଭାପତି ଭାବେ ଗଣେଶ୍ୱର ନାଏକ ,ସମ୍ପାଦକ ଭାବେ ବାପୁଜୀ ନାୟକ ,ଉପ ସମ୍ପାଦକ ଭାବେ ଲୋକେଶ କୁମାର ମହାନ୍ତ ଓ ମନୋଜ କୁମାର ମହାନ୍ତ ଏବଂ କୋଷାଧ୍ୟକ୍ଷ ଭାବେ ପିପିଳିଆ ସରପଞ୍ଚ ଗୋଲାପ ନାୟକଙ୍କୁ ମନୋନୀତ କରାଯାଇଛି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories