ଗଞ୍ଜାମ: ଗଞ୍ଜାମ ବ୍ଲକରେ ଏମଜିଏନଆରଇଜିଏ ବ୍ଲକସ୍ତରୀୟ ସାମାଜିକ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏବିଡ଼ିଓ ଭାବାନି ଶଙ୍କର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଉପଜିଲ୍ଲାପାଳ ଶିବାଶିଷ ବରାଳ, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବିଡ଼ିଓ ଅଚ୍ୟୁତାନନ୍ଦ ଜାନି, ଜିଲ୍ଲା ସୋସିଆଲ ଅଡିଟର ରବିନ୍ଦ୍ର କୁମାର ମାଳାଣ, ଏଇଇ ସୁଶୀଲ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ। ବ୍ଲକରେ ମୋଟ ୧୫ ପଞ୍ଚାୟତର ୧୩୮୪ ପ୍ରକଳ୍ପ ମଞ୍ଜୁରୀ ହୋଇଥିଲା। ସେଥି ମଧ୍ୟରୁ ୩୫୩ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା। ମାତ୍ର ୨୪ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲା।
ପ୍ରକଳ୍ପରେ କାର୍ଯ୍ୟରତ ଶ୍ରମିକଙ୍କୁ ଯେତକି ପାରିଶ୍ରମିକ ମିଳୁଛି ତାହା ପରିବାର ପ୍ରତିପୋଷଣ ପାଇଁ ଉପଯୁକ୍ତ ନୁହେଁ। ତେଣୁ ୫ ଶହ ଟଙ୍କାକୁ ପାରିଶ୍ରମିକ ବୃଦ୍ଧି କରାଯିବା ନେଇ ମତ ପ୍ରକାଶ ପାଇଥିଲା। ଏହି ଶୁଣାଣିରେ ଶ୍ରମିକ ମାନଙ୍କ ଅନୁପସ୍ଥିତି ଯୋଗୁଁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା।



