www.samajalive.in
Saturday, December 13, 2025
18.1 C
Bhubaneswar

ଶହୀଦ ଯବାନ ଜିତେନ୍ଦ୍ରିୟଙ୍କ ପାଇଁ ସ୍ମୃତିସଭା

ଆଠଗଡ: ନୂଆଦିଲ୍ଲୀରେ କର୍ତ୍ତବ୍ୟରତ ଅବସ୍ଥାରେ ହୃଦଘାତରେ ପ୍ରାଣ ହରାଇଥିବା ଶହୀଦ ଜବାନ ଜିତେନ୍ଦ୍ରିୟ ରାଉତଙ୍କ ଏକାଦଶାହରେ ଶନିବାର ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ନିଜ ଗ୍ରାମ ସଠିଲୋ ପଞ୍ଚାୟତ ଅନ୍ତର୍ଗତ କୁଆଁଳ ଗ୍ରାମରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ଗ୍ରାମବାସୀ ତଥା ଆତ୍ମୀୟସ୍ବଜନ ଯୋଗଦେଇ ସହୀଦ ଶ୍ରୀ ରାଉତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଠଗଡର ବରିଷ୍ଠ ବିଜେପି ନେତା ହରପ୍ରସାଦ ମିଶ୍ର ଯୋଗଦେଇ ଶହୀଦ ଜିତେନ୍ଦ୍ରିୟଙ୍କର ଦେଶଭକ୍ତି ଓ ଦେଶର ସୁରକ୍ଷା କ୍ଷେତ୍ରରେ ଅବଦାନ ଅତୁଳନୀୟ ବୋଲି କହିବା ସହ ତାଙ୍କ ଯୋଗୁଁ ସମଗ୍ର ଆଠଗଡ ଅଞ୍ଚଳ ଗର୍ବିତ ବୋଲି ମତପ୍ରକାଶ କରିଥିଲେ। ଯୁବସମାଜ ପାଇଁ ଜିତେନ୍ଦ୍ରିୟ ପ୍ରେରଣାର ଉତ୍ସ ହୋଇ ରହିବେ ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ ତାଙ୍କ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ। ପ୍ରକାଶ ଯୋଗ୍ୟ ଗତ ମାସ ୨୨ ତାରିଖରେ ରାଷ୍ଟ୍ରପତି ଭବନରେ କାର୍ଯ୍ୟରତ ଥିବା ସମୟରେ ହୃଦଘାତରେ ମୃତ୍ୟବରଣ କରିଥିଲେ ଭାରତୀୟ ସେନା ବାହିନୀର ମେଜର ହାବିଲଦାର ଜିତେନ୍ଦ୍ରିୟ ରାଉତ। ଦିଲ୍ଲୀରୁ ତାଙ୍କ ମରଶରୀର ଭୁବନନେଶ୍ବର ଵିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ଗାର୍ଡ ଅଫ ଅନର ଦିଆଯାଇଇଥିଲା। ପରେ ମରଶରୀରକୁ ସେନାବାହିନୀର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତାଙ୍କର ପୈତୃକ ଗ୍ରାମ ଆଠଗଡର କୁଆଁଳ ଗ୍ରାମକୁ ଅଣାଯାଇ ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସ୍ମୃତି ସଭାରେ ଶହୀଦଙ୍କ ଜ୍ୟେଷ୍ଠ ଭାତ୍ରା ବିଶ୍ବନାଥ ରାଉତ, ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ନିମାଇଁ ଚରଣ ରାଉତ, ପ୍ରକାଶ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories