ଭବାନୀପାଟଣା : ଗତରାତିରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜର ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କାଦୋମାଳି ଗାଁରେ ହାତୀ ଦଳି ଦେବାଯୋଗୁଁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମୁଗୁନା ମାଝୀ (୬୫) ଏବଂ ତାଙ୍କ ସ୍ତ୍ରୀ ଗାଦ ମାଝୀ( ୬୨) ବୋଲି ଜଣାପଡ଼ିଛି। ବିଳମ୍ୱିତ ରାତିରେ କୁଡିଆ ଭାଙ୍ଗି ହାତୀ ପଶିଥିଲା ଏବଂ ଦୁଇ ଜଣକୁ ଦଳି ଦେଇଥିଲା। ଭଙ୍ଗା କୁଡିଆରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି ।
Popular Categories



