www.samajalive.in
Wednesday, December 10, 2025
18.1 C
Bhubaneswar

ଝାଟିପଡାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, କପୁଣ୍ଡି ଚମ୍ପିୟାନ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଝାଟିପଡାଠାରେ ବଜରଙ୍ଗି କ୍ଲବ ଆନୁକୂଲ୍ୟରେ ୩ ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଏଥିରେ ୮ ଟି ଦଳ ଭାଗ ନେଇଥିଲେ। ଫାଇନାଲ ମ୍ୟାଚ କପୁଣ୍ଡି ଏକାଦଶ ଓ ଗୁଳୁଦିପଶି ଏକାଦଶ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ଟସ୍ ଜିତି ଗୁଳୁଦିପଶି ଏକାଦଶ ନିର୍ଦ୍ଧାରିତ ୧୨ ଓଭରେ ୮୧ ରନ୍ ସଂଗ୍ରହ କରିଥିଲା। ବିପକ୍ଷ ଦଳ କପୁଣ୍ଡି ଏକାଦଶ ୮ ଓଭର ରେ ୮୪ ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିଲା। କପୁଣ୍ଡି କ୍ରିକେଟ ଦଳ ପକ୍ଷରୁ ସିପୁନ ରଣା ଅପରାଜିତ ୪୩ ରନ ସଂଗ୍ରହ କରି ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଅମ୍ପାୟାର ଭାବେ ବିନୟ କୁମାର ବାରିକ ଓ ବୈକୁଣ୍ଠ ବାରିକ ଖେଳ ପରିଚାଳନା କରିଥିଲେ। ସ୍ଵାଭିମାନ ବାରିକ ଧାରା ବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ବଡ ପାଟଣା ପଞ୍ଚାୟତ ସରପଞ୍ଚ ବିନତି ବାନରା, ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, ସାମ୍ବାଦିକ ରଞ୍ଜନ ବାରିକ , ୱାର୍ଡ ମେମ୍ବର ଟୁଣ୍ଟୁ ନାଏକ, ସାମାଜିକ କର୍ମୀ ଶଙ୍ଖାଳି ବାରିକ ପ୍ରମୁଖ ଯୋଗ ଦେଇ ବିଜେତା ଦଳ ଓ ଉପ ବିଜେତା ଦଳ କୁ ପୁରସ୍କାର ପ୍ରଦାନ କରିଥିଲେ। ବଜରଙ୍ଗି କ୍ଲବର ପିନୁ ବାରିକ, ସୁରେନ୍ଦ୍ର ବାରିକ, ରଜତ ବାରିକ, କମଳ ଲୋଚନ ବାରିକ, ଲୋକେଶ ଦେହୁରୀ, ଡମ୍ବରୁଧର ବାରିକ, ଶତ୍ରୁଘ୍ନ ମହାରଣା, ଦିନେଶ ସେଠୀ, କ୍ଷୀରୋଦ ବାରିକ, ଚିନୁ ବାରିକ, ରଜତ ରାଉତ, ସୁଶାନ୍ତ ବାରିକ ପ୍ରମୁଖ ଖେଳ ପରିଚାଳନା କରିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories