ଉଦ୍ୟମିତା ପ୍ରୋତ୍ସାହନ ଆଲୋଚନାଚକ୍ର 

ପିପିଲି: ସ୍ବଦେଶୀ ଜାଗରଣ ମଂଚ ଓ ପୁରୀ ଜିଲା ସ୍ବାଭିମାନ ଭାରତ ଅଭିଯାନ ପକ୍ଷରୁ ପିପିଲି ମହାବିଦ୍ୟାଳୟ ଠାରେ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ତପନ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସାମାଜିକ କର୍ମୀ ତଥା ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ର ସଭାପତି ପ୍ରଭାତ କୁମାର ମହାପାତ୍ର, ଯୁବ ଉଦ୍ୟୋଗୀ ଇଂ ଜେନାମଣି ଆଶିଷ ରଂଜନ ଜେନା, ଏନସିସି ଅଫିସର କ୍ୟାପଟେନ ଆଦିତ୍ୟ ପ୍ରସାଦ ରଥ, ପ୍ରଶାସନିକ ଅଧିକାରୀ ଭବେଶ ପ୍ରସାଦ ତ୍ରିପାଠୀ, ଅଧ୍ୟାପକ ଲୋକନାଥ ସେଠୀ ପ୍ରମୁଖ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ସଫଳ ଉଦ୍ୟୋଗୀ ହେବାକୁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ସମାଜରେ ସଫଳତା ହାସଲ କରିଥିବା ଅନେକ ଉଦ୍ୟୋଗୀ ମାନଙ୍କ ଜୀବନୀ ଉପରେ ଅତିଥି ମାନେ ଆଲୋକପାତ କରିଥିଲେକାର୍ଯ୍ୟକ୍ରମକୁ ସ୍ବଦେଶୀ ଜାଗରଣ ମଂଚ ପୁରୀ ଜିଲା ସଂଯୋଜକ  ରାଜେଶ କୁମାର, ଏବିଭିପି ସଂଯୋଜକ ବିଭୁ ଦାସ ପରିଚାଳନା କରିଥିଲେ।

Comments are closed.