www.samajalive.in
Sunday, December 7, 2025
26.1 C
Bhubaneswar

ଦାଣ୍ଡମୁକୁନ୍ଦପୁରରେ ଶ୍ରୀରାମ ରଥଯାତ୍ରା

ପିପିଲି:ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଦାଣ୍ଡମୁକୁନ୍ଦପୁର ଠାରେ ପ୍ରବଳ ଆନନ୍ଦ ଉଲାସ ମଧ୍ୟରେ ପ୍ରଭୁ ଶ୍ରୀରାମଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପିତୃଭକ୍ତି, ମାତୃଭକ୍ତି, ଭାତୃପ୍ରେମ, ପରାକ୍ରମ, କ୍ଷମା, ଧର୍ମପ୍ରତିଷ୍ଠା ତଥା ସମାଜରେ ସାମାଜିକ ସମରସତା ସୃଷ୍ଟିର ସଚେତନତା ବାର୍ତ୍ତା ପ୍ରସାର କରିବାର ଲକ୍ଷ୍ୟନେଇ ଦୀର୍ଘ ୩୮ବର୍ଷ ଧରି ଏହି ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି।
ଶ୍ରୀରାମ ନବମୀ ଉତ୍ସବ କମିଟି, ବିଶ୍ୱହିନ୍ଦୁ ପରିଷଦ ଓ ଜନସ୍ୱାର୍ଥ ସୁରକ୍ଷା ସମିତିର ମିଳିତ ସହଯୋଗରେ ଆୟୋଜିତ ଏହି ରଥଯାତ୍ରା ପ୍ରଭୁ ଶ୍ରୀଶ୍ରୀଗୋପୀନାଥ ଦେବଙ୍କ ମନ୍ଦିର ପରିସରରୁ ଆରମ୍ଭ ହୋଇଥିଲା। ଏହି ଅବସରରେ ରବିବାର ସକାଳ ୫ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ସମସ୍ତ ପ୍ରକାର ନୀତି ନିର୍ଘଣ୍ଟ ଅନୁସାରେ ପୂଜାର୍ଚ୍ଛନା କରାଯାଇ ଶଙ୍ଖ ଓ ଘଣ୍ଟଧ୍ୱନୀ ମଧ୍ୟରେ ସଂକୀର୍ତ୍ତନ ସହିତ ପ୍ରଭୁ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ, ଦେବୀ ସୀତା ଓ ପରମଭକ୍ତ ଶ୍ରୀହନୁମାନଙ୍କ ବିଗ୍ରହକୁ ରଥାରୁଢ କରାଯିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ପ୍ରବଳ ଆନନ୍ଦ ଓ ଉତ୍ସାହର ସହ ରଥକୁ ଟାଣି ନେଇଥିଲେ। ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ, ଢୋଲ, ମହୁରୀ ବାଦ୍ୟ ସହ ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ୱନିରେ ରଥଟଣା ରାସ୍ତା ପ୍ରକମ୍ପିତ ହୋଇଥିଲା। ଏହି ରଥ ଦାଣ୍ଡମୁକୁନ୍ଦପୁରଶାସନ, ସଠସ, ମଠସାହି, ମାନସିଂହପାଟଣା, ମୁଖ୍ୟବଜାର, ରାଣପୁର, ନୂଆସାହି, ବାସୁଦେଇପୁର, କରଣସାହି, ବାବଜା, ମାଳିବରାହି ପ୍ରଭୃତି ଗ୍ରାମ ପରିକ୍ରମା କରିଥିଲା। ବିଭିନ୍ନ ଗ୍ରାମରେ ଠାକୁରମାନଙ୍କୁ ଦ୍ୱାରିଭୋଗ ଅର୍ପଣ କରାଯାଇଥିଲା। ଶ୍ରୀରାମଙ୍କ ଏହି ରଥଯାତ୍ରାରେ ଭକ୍ତି ସଙ୍ଗୀତ ପରିବେଷଣ ସହ ହନୁମାନ ବେଶଧାରୀ ଯୁବକଙ୍କ ଅନନ୍ୟ ଅଭିନୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା।

 

- Advertisement -

ଗ୍ରାମରେ ଏକତା, ସଂହତି ଓ ପରସ୍ପର ସହଯୋଗ ତଥା ସାମାଜିକ ସମରସତା ରକ୍ଷା କରିବା ଏହି ରଥଯାତ୍ରାର ମୂଳ ଲକ୍ଷ୍ୟ ହୋଇଥିବା ବେଳେ ଶ୍ରୀରାମ ନବମୀ ଉତ୍ସବ କମିଟି, ବିଶ୍ୱହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଜନସ୍ୱାର୍ଥ ସୁରକ୍ଷା ସମିତି ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିଥିଲେ। ମଧ୍ୟାହ୍ନରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ପ୍ରବଚିକା ସନ୍ତୋଷିନୀ ମିଶ୍ରଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସଂନ୍ଧ୍ୟାରେ କଣ୍ଠଶିଳ୍ପୀ ତ୍ରିନାଥ ପରିଡା, କ୍ଷେତ୍ରମୋହନ ପାଣି, ପ୍ରସନ୍ନ ବେହେରା ପ୍ରମୁଖ ଭଜନ ପରିବେଷଣ କରିଥିଲେ। ଉତ୍ସବ କମିଟି ପକ୍ଷରୁ ଶିକ୍ଷାବିତ୍‍୍‍ ସନ୍ତୋଷ କୁମାର ମିଶ୍ର, ଯୋଗଗୁରୁ ବଂଶୀଧର ସାହୁ, ପ୍ରସନ୍ନ ଦାସ, କମଳେଶ ଦାଶ, ରଣଜିତ ପଣ୍ଡା, ଅଭିଷେକ ଲେଙ୍କା, ତାପସ ଦାଶ, ପ୍ରଶାନ୍ତ କୁମାର ମିଶ୍ର, ଶିଶିର କୁମାର ମହାନ୍ତି, ପ୍ରଭାକର ସେଠୀ, କୃଷ୍ଣଚନ୍ଦ୍ର ମିଶ୍ର, ରଜନିକାନ୍ତ ପଣ୍ଡା, ନବକିଶୋର ସାହୁ, ଚିତ୍ତରଞ୍ଜନ ମହାରଣା, ବଂଶୀଧର ଦାଶ, ଚିତ୍ତରଞ୍ଜନ ସାହୁ, ପୂର୍ଣ୍ଣଚନ୍ଦ୍ର ଦାଶ ପ୍ରମୁଖ ପରିଚାଳନା କରିଥିଲେ । ଶାନ୍ତିଶୃଙ୍ଖଳାର ସହ ଏହି ରଥଯାତ୍ରା ସଂପନ୍ନ ହୋଇଥିବାରୁ କମିଟି ପକ୍ଷରୁ ସମସ୍ତଙ୍କୁ ସାଧୁବାଦ ଅର୍ପଣ କରାଯାଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories