ଶବବାହକ ଗାଡିକୁ ପିଟିଲା କାର, ୨ ଗୁରୁତର; ପିପିଲି ବାଇପାସ ରାସ୍ତାରେ ଦୁର୍ଘଟଣା

ପିପିଲି:ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାର ତରାକାଜ ଫ୍ଲାଏଓଭର ବ୍ରିଜ୍‍ ନିକଟରେ ଶନିବାର ଅପରାହ୍ନରେ ଏକ ଶବବାହକ ଯାନକୁ ବିପରୀତ ଦିଗରୁ ଦୃତଗତିରେ ଆସୁଥିବା ଏକ କାର୍‍ ଧକ୍କା ଦେବା ଫଳରେ ଉଭୟ ଗାଡିର ୨ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତର ଦ୍ୱୟ ହେଲେ ଶବବାହକ ଯାନରେ ବସିଥିବା କଟକ ମହାନଦୀ ବିହାର ଅଞ୍ଚଳର କେଦାର ବାରିକ(୫୦) ଓ ଆସାମ ଅଞ୍ଚଳର ଅହଲ୍ୟ ସାହା (୩୦)। ଉଭୟଙ୍କୁ ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଲାଗି ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଅଧିକ ଗୁରୁତର ହେବାରୁ ପରେ ସେମାନଙ୍କୁ କ୍ୟାପିଟାଲ ହସ୍‍ପିଟାଲ୍‍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାଇ, କଟକ ମହାନଦୀ ବିହାର ଅଞ୍ଚଳର ବାସିନ୍ଦା ଯଦୁମଣି ସାହୁଙ୍କ ମୃତଦେହକୁ ଶେଷକୃତ୍ୟ ସଂପନ୍ନ ପାଇଁ ପରିବାର ଲୋକେ ଏକ ଶବବାହକ ଗାଡିରେ ପୁରୀ ସ୍ୱର୍ଗଦ୍ୱାର ନେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଅପରାହ୍ନ ୫ଟା ସମୟରେ ପିପିଲି ବାଇପାସ ରାସ୍ତାର ତରାକାଜ ଓଭରବ୍ରିଜ୍‍ ଛକ ଠାରୁ ଶହେ ମିଟର ଦୂରରେ ରାସ୍ତା କଡରେ ଗାଡିକୁ ରଖି ଗାଡିଚାଳକଙ୍କ ସମେତ ଅନ୍ୟମାନେ ଚା’ ପିଉଥିଲେ। ଏହି ସମୟରେ ଜାତୀୟ ରାଜପଥର ଅପରପାଶ୍ୱର୍ ରାସ୍ତାରେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଦୃତଗତିରେ ଆସୁଥିବା ଏକ କାର (ଓଡି୦୨ ବିଏମ୍-୨୯୪୪) କୌଣସି କାରଣରୁ ନିୟନ୍ତ୍ରଣ ହରାଇ ରାଜପଥର ମଝିରେ ଥିବା ଡିଭାଇଡରକୁ ଡେଇଁ ଦୃତ ଗତିରେ ଆସି ଉକ୍ତ ଶବବାହକ ଯାନକୁ ପିଟିଥିଲା। ଏହି ଦୁର୍ଘଟଣା ଏତେ ଜୋର୍‍ରେ ଘଟିଥିଲା ଯେ ପ୍ରାୟ ୨ଶହ ମିଟର ଦୂର ପର୍ଯ୍ୟନ୍ତ ଦୁର୍ଘଟଣାର ଶବ୍ଦ ଶୁଭିଥିଲା।

 

prayash

ଦୁର୍ଘଟଣାରେ ପୁରୀ ଅଭିମୁଖେ ଯିବା ପାଇଁ ଛିଡା ହୋଇଥିବା ଶବବାହକ ଯାନଟି ଭୁବନେଶ୍ୱର ଦିଗକୁ ବୁଲିଯାଇଥିବା ବେଳେ କାରଟି ପଛୁଆ ଅବସ୍ଥାରେ ରାଜପଥ ପାଶ୍ୱର୍କୁ ଖସିଯାଇଥିବା ପରିଲକ୍ଷିତ ହୋଇଥିଲା। ଏହି ଦୁର୍ଘଟଣାରେ ମୃତଦେହ ପାଖରେ ବସିଥିବା କେଦାର ବାରିକ ଗୁରୁତର ଭାବେ ଆହତ ହୋଇଥିଲେ। ତେବେ କାରର ଏୟାରବ୍ୟାଗ ଖୋଲିଯିବା କାରଣରୁ କାର ଚାଳକ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଥିବା ବେଳେ କାରର ସମ୍ମୁଖରେ ବସିଥିବା ଅହଲ୍ୟ ସାହା ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ ପିପିଲି ଥାନା ଏଏସଆଇ ପ୍ରକାଶ କୁମାର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ôଚ ଉଭୟ ଆହତଙ୍କୁ ଚିକିତ୍ସା ଲାଗି ପିପିଲି ଡାକ୍ତରଖାନା ପଠାଇଥିବା ବେଳେ ଅବସ୍ଥା ଅଧିକ ଗୁରୁତର ହେବାରୁ ପରେ ସେମାନଙ୍କୁ କ୍ୟାପିଟାଲ ହସ୍‍ପିଟାଲ୍‍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ପୋଲିସ ସହଯୋଗରେ ପରିବାର ଲୋକେ ମୃତଦେହକୁ ଅନ୍ୟ ଏକ ଗାଡିରେ ପୁରୀ ସ୍ୱର୍ଗଦ୍ୱାର ନେଇଥିଲେ। ଦୁର୍ଘଟଣା ପରେ ସେଠାରେ ଗୁରୁତର ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ପୁଲିସ ଜବତ କରିବା ସହ ଏସଂପର୍କରେ ଥାନାରେ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି। ଦୁର୍ଘଟଣା ଘଟାଇଥିବା କାର ଚାଳକଙ୍କ ଘର ସୋନପୁର ଅଞ୍ଚଳରେ ହୋଇଥିବା ବେଳେ ପୁଲିସ ତାଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।

kalyan agarbati

Comments are closed.