www.samajalive.in
Sunday, December 7, 2025
23.1 C
Bhubaneswar

ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଫୁଲନଖରା : ସଦର ଥାନା ଅନ୍ତର୍ଗତ ସାଇଁଶୋ ଗ୍ରାମର ଅଭିମନ୍ୟୁ ମହାପାତ୍ର (୩୫) ସିଢ଼ୁଆ ନଦୀକୁ ଡେଇଁ ଆତ୍ମ ହତ୍ୟା କରିଥିବା ସନ୍ଦେହ କରାଯାଉଛି। କୌଣସି କାରଣକୁ ନେଇ ସେ ସୋମବାର ବିଳମ୍ବିତ ରାତିରେ ଖଲର୍ଦ୍ଦା-କୂଳସରିଚୁଆଁ ବିଜୁ ସେତୁ ଉପରୁ ନଦୀ ଗର୍ଭକୁ ଡ଼େଇଁ ପଡ଼ିଥିଲେ। ଏହା ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା।

ମଙ୍ଗଳବାର ସକାଳେ ସଦର ଥାନା ଓ ୪୨ ମୌଜା ଫାଣ୍ଡି ପୁଲିସ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ରିପୋର୍ଟ ଲେଖାହେବ ପର୍ଯ୍ୟନ୍ତ ଅଭିମନ୍ୟୁଙ୍କୁ ଠାବ କରାଯାଇପାରିନାହିଁ। ନଦୀର ପ୍ରବଳ ସ୍ରୋତରେ ସେ ଝାରପଡ଼ା କିମ୍ବା କନ୍ଦଳ ଦିଗକୁ ଭାସିଯାଇଥିବା ଅନୁମାନ କରାଯାଉଛି। ପୋଲ ଉପରେ ଥିବା ଅଭିମନ୍ୟୁଙ୍କ ବୁଲେଟକୁ ପୁଲିସ ଜବତ କରି ତଦନ୍ତ ଚଳାଇଛି। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ମୃତ ଅଭିମନ୍ୟୁଙ୍କ ଗୋଟିଏ ପୁଅ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିଲାବେଳେ ବର୍ତ୍ତମାନ ପତ୍ନୀ, ଦୁଇ ଝିଅ ଓ ବିଧାବା ମା’ ଅଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories