ନଦୀରେ ବୁଡ଼ି ଭାଇଭଉଣୀ ମୃତ

ଫୁଲବାଣୀ: କନ୍ଧମାଳ ଜିଲାର ସାଲୁଙ୍କି ନଦୀରେ ବୁଡ଼ି ୨ ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସାଲୁଙ୍କି ନଦୀରେ ଗାଧୋଉଥିବାବେଳେ ଗୋଡ଼ ଖସି ଯିବାରୁ ୫ ବର୍ଷର ଭାଇ ଓ ୪ ବର୍ଷର ଭଉଣୀଙ୍କ ମୃତ୍ୟୁ ହୋଇଥିଲା। ୨ ମୃତ ଭାଇ ଭଉଣୀ ଟିକାବାଲି ଥାନା ଛତିଝର ଗାଁର ବୋଲି ଜଣାପଡ଼ିଛି। ସାଲୁଙ୍କି ନଦୀରେ ଗାଧୋଇଲାବେଳେ ଉଭୟ ବୁଡ଼ିଯାଇଥିଲେ। କିଛି ଦୂରରେ ଗାଧୋଉଥିବା ଲୋକେ ସେମାନେ ବୁଡ଼ି ଯାଉଥିବା ଦେଖିପାରି ଉଭୟଙ୍କୁ ଉଦ୍ଧାର କରିଥିଲେ ଏବଂ ସେମାନଙ୍କୁ ତୁରନ୍ତ ଚିକିତ୍ସା ପ୍ରଦାନ କରିବା ପାଇଁ ଟିକାବାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉଭୟ ଭାଇ ଭଉଣୀଙ୍କୁ ଟିକାବାଲି ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକ ଦୁଇ ଭାଇଭଉଣୀ ଛତିଝାର ଗାଁର ଯୁଧିଷ୍ଠିର ଦେହୁରୀଙ୍କ ପୁଅ ଝିଅ ବୋଲି ଜଣାପଡ଼ିଛି। ଏହି ଖବର ପାଇଁ ଟିକାବାଲି ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଟିକାବାଲି ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

kalyan agarbati

Comments are closed.