ମାଟିର ଉପାଦେୟତା ଓ ସମନ୍ୱିତ ଖାଦ୍ୟସାର ପରିଚାଳନା ଉପରେ ଆଲୋଚନା

ଜିଲ୍ଲା ସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ

ଫୁଲବାଣୀ:ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ ସଭାଗୃହରେ କନ୍ଧମାଳ କୃଷି ବିଭାଗ ଓ ସହକାରୀ କୃଷି ନିର୍ଦ୍ଦେଶକ, ମୃତ୍ତିକା ରସାୟନବିତଙ୍କ ମିଳିତ ସହଯୋଗରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତୁସାରକାନ୍ତି ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ-୨୦୨୪ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଆଲୋଚନାଚକ୍ରରେ ଓୟୁଏଟିର ବୈଜ୍ଞାନିକ ଏବଂ ଜିଲ୍ଲା କୃଷି ଓ ଆନୁସଙ୍ଗିକ ବିଭାଗର ଅଧିକାରୀମାନେ ଯୋଗଦେଇ ଚାଷୀମାନଙ୍କୁ ମାଟିର ଉପାଦେୟତା, ପରିଚାଳନା ତଥା ସମନ୍ୱିତ ଖାଦ୍ୟସାର ପରିଚାଳନା ସମ୍ବନ୍ଧରେ ବିଭିନ୍ନ ଜ୍ଞାନକୌଶଳ ଅବଗତ କରାଇଥିଲେ।

ମୁଖ୍ୟ ଅତିଥିଭାବେ କନ୍ଧମାଳ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶନ୍ନ କୁମାର ପାତ୍ର , ଘୁ. ଉଦୟଗିରି ଏଡିଓ. ସୁବାଷ ଚନ୍ଦ୍ର ବେହେରା, ଫୁଲବାଣୀ ଏଡିଓ ରବିନାରାୟଣ ନାଏକ, କୃଷି ବୈଜ୍ଞାନିକ ଡଃ. ସୁବ୍ରତ କୁମାର ବେହେରା, ଡଃ. ପ୍ରଶାନ୍ତ କୁମାର ନନ୍ଦ, ଡଃ. ଦେବେନ୍ଦ୍ର କୁମାର ଦେବତା, ଡଃ ରାହୁଲ କୁମାର ସାହୁ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ। ଆଲୋଚନାଚକ୍ରରେ ବହୁ ସଂଖ୍ୟାରେ ଚାଷୀ ଯୋଗଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୦ଜଣଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଆୟୋଜିତ ପୋଷ୍ଟର ମେକିଂ ପ୍ରତିଯୋଗିତାର ୬ଜଣ କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଚକାପାଦ ବ୍ଲକ କୃଷି ଅଧିକାରୀ ହେମନ୍ତ କୁମାର ଦାସ ଆଲୋଚନାଚକ୍ରକୁ ପରିଚାଳନା କରିଥିବାବେଳେ ସହକାରୀ କୃଷି ନିର୍ଦ୍ଦେଶକ, ମୃତ୍ତିକା ରସାୟନବିତ ପୁନମ ଚାନ୍ଦ, ବ୍ଲକ କୃଷି ଅଧିକାରୀ ସୁନୀତା ମିଶ୍ର, ସହକାରୀ କୃଷି ଅଧିକାରୀ ନୟନଦୀପ୍ତ ସ୍ୱାଇଁ, ରାମପ୍ରସାଦ ପାତ୍ର, ଶୁଭଲକ୍ଷ୍ମୀ ବେହେରା, ଟିକେଶ୍ୱର ଭୋଇଙ୍କ ସମେତ କୃଷି ଉନ୍ନତ ସହଯୋଗୀ ଓ କର୍ମଚାରୀମାନେ ସହଯୋଗିତା କରିଥିଲେ।

Comments are closed.