ବିଜେଡି ଦୁର୍ଗରେ କଂଗ୍ରେସର ରଣ ହୁଙ୍କାର, ମିଳୁଛି ଜନ ସମର୍ଥନ
ଫୁଲବାଣୀ : କନ୍ଧମାଳ ସଂସଦୀୟ କ୍ଷେତ୍ରର ପ୍ରମୁଖ ନିର୍ବାଚନ ମଣ୍ଡଳୀ ହେଉଛି ଫୁଲବାଣୀ ନିର୍ବାଚନ ମଣ୍ଡଳୀ। ଏହି ନିର୍ବାଚନ ମଣ୍ଡଳୀଟି ଦୀର୍ଘଦିନ ଧରି ବିଜୁ ଜନତା ଦଳ କବଜାରେ ରହି ଆସିଥିବା ବେଳେ ବିଗତ ଦଶ ବର୍ଷ ଧରି ଦୁଇଜଣ ବିଧାୟକ ଏହି ନିର୍ବାଚନ ମଣ୍ଡଳୀର ଫିରିଙ୍ଗିଆ ବ୍ଲକରୁ ରହିଆସିଛନ୍ତି। ଫିରିଙ୍ଗିଆ ବ୍ଲକଟି ଏହି ଫୁଲବାଣୀ ନିର୍ବାଚନ ମଣ୍ଡଳୀର ସର୍ବବୃହତ ବ୍ଲକ ହୋଇଥିବା ବେଳେ ଏହି ବ୍ଲକରେ ନିର୍ବାଚନ ମଣ୍ଡଳୀରେ ସବୁଠୁ ବେଶୀ ଭୋଟର ରହିଛନ୍ତି। ଯାହାପାଇଁ ସମସ୍ତଙ୍କ ନଜର ଏହି ଫିରିଙ୍ଗିଆ ବ୍ଲକ ଉପରେ ରହିଥାଏ ଓ ପ୍ରତ୍ୟେକ ନିର୍ବାଚନରେ ଏହି ବ୍ଲକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ଅନ୍ୟପଟେ ଏହି ଫିରିଙ୍ଗିଆ ବ୍ଲକ ବିଜେଡିର ଗଡ଼ ଭାବରେ ମଧ୍ୟ୍ୟ ପରିଚିତ।
ଏହି ବିଜେଡିର ଗଡ଼ରେ କଂଗ୍ରେସ ବଳ ଗୋଟାଇବା ଆରମ୍ଭ କରିଛି। ଏହି ଅଞ୍ଚଳରେ କଂଗ୍ରେସକୁ ବିପୁଳ ମାତ୍ରାରେ ସମର୍ଥନ ମଧ୍ୟ୍ୟ ମିଳୁଥିବା ଦେଖିବାକୁ ମିଳୁଛି । ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀନୀ ପ୍ରତିଭା କହଁର ଏକ ବାଇକ ରା଼ଲିରେ ଆସି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଭୃଙ୍ଗିଯୋଡି ଠାରୁ କେଳାପଡା ଗ୍ରାମରେ ପହଞ୍ଚି ଘର ଘର ବୁଲି ନିଜପାଇଁ ଭୋଟ ପ୍ରଚାର କରିଥିଲେ। ଏଥିରେ କେଳାପଡା ପଞ୍ଚାୟତ ଏବଂ ଭୃଙ୍ଗିଯୋଡି ପଞ୍ଚାୟତର ଶତାଧିକ ଜନସାଧାରଣ ସାମିଲ ଥିଲେ। ବହୁଦିନ ପରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ ବଳ ଗୋଟାଇବାରେ ସକ୍ଷମ ହୋଇପାରୁଛି ଓ ପ୍ରାର୍ଥୀନୀ ପ୍ରତିଭା କହଁର ଜଣେ ଉଚ୍ଚ ଶିକ୍ଷିତ ଭଦ୍ର ନମ୍ର ହୋଇଥିବାରୁ ଜନସାଧାରଣଙ୍କ ଅତି ପ୍ରିୟ ପାତ୍ର ହୋଇ ପାରୁଥିବା ଭୋଟରମାନେ କହିଛନ୍ତି।
କଂଗ୍ରେସ ବିଧାୟିକା ପ୍ରାର୍ଥୀ ପ୍ରତିଭା କହଁରଙ୍କୁ ଲୋକେ ବିପୁଳ ଭାବେ ସ୍ୱାଗତ କରୁଥିବାର ଦେଖିବାକୁ ମିଳୁଥିଲାବେଳେ ପ୍ରଚାର ସମୟରେ ପ୍ରତିଭା କହଁର ଅତ୍ୟନ୍ତ ହସ ହସ ମୁଖରେ ଲୋକଙ୍କ ପାଖକୁ ଯାଇ ପ୍ରଣାମ କରି ଭୋଟ ପାଇଁ ନିବେଦନ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା | କେଳାପଡା ଓ ଭୃଙ୍ଗିଯୋଡି ଗ୍ରାମପଞ୍ଚାୟତରେ ଶନିବାର ପ୍ରଥମ ଥର ପାଇଁ କଂଗ୍ରେସ ଦଳ ବହୁ ବର୍ଷ ପରେ ଭୋଟ ପ୍ରଚାର କରିପାରିଛି। ଭୋଟ ପ୍ରଚାର ସମୟରେ ଶହ ଶହ କଂଗ୍ରେସ କର୍ମୀମାନଙ୍କ ସହ କଂଗ୍ରେସର ଯୁବନେତା ନେତୃତ୍ୱରେ ହିଁ ଏସବୁ ସମ୍ଭବ ହୋଇପାରିଛି ଓ ସେ ପ୍ରତକ୍ଷ ଭାବେ ପ୍ରାର୍ଥୀନୀଙ୍କୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଥିଲେ।
କନ୍ଧମାଳ ଜିଲା କଂଗ୍ରେସର ପୂର୍ବତନ ଜିଲା ସଭାପତି ଅନାମ ନାୟକଙ୍କ ନେତୃତ୍ୱରେ ବିଧାୟିକା ପ୍ରାର୍ଥୀନୀ ପ୍ରତିଭା କହଁରଙ୍କ ଏହି ପ୍ରଚାର କରୁଥିବା ସମୟରେ ଫୁଲବାଣୀ ବ୍ଲକ କଂଗ୍ରେସର ନିର୍ବାଚନ ପର୍ଯ୍ୟବେଯେକ୍ଷକ ଗଦାଧର କର,ବ ରିଷ୍ଠ କଂଗ୍ରେସ ନେତା ଘନ କୁମାର ଶବର, ଛାତ୍ର ନେତା ଅନୁଭବ କହଁର, ବରିଷ୍ଠ କଂଗ୍ରେସ ନେତା କୃପା ବିଶୋଇ, ଯୁବ କଂଗ୍ରେସ ନେତା ଗୋଲକ କହଁରଙ୍କ ସହ ବହୁ ନେତା ଓ କର୍ମୀ ପ୍ରଚାରରେ ସାମିଲ ଥିଲେ। ଗୋଛାପଡା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା କାମନା କହଁର, ଫୁଲବାଣୀ ବ୍ଲକ କଟ୍ରିଙ୍ଗିଆ ପଞ୍ଚାୟତ କାଣୀବାଲି ଗ୍ରାମର ଝିଅ ହୋଇଥିବାରୁ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରୁଥିବା ଲକ୍ଷ୍ୟ କରାଯାଇଥିଲା। ଅନ୍ୟପଟେ ଏହି ମାରାଥନ ପ୍ରଚାର ସମୟରେ ଭୃଙ୍ଗିଯୋଡି ଓ ପୋଡାପଡାରେ କଂଗ୍ରେସର ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଧାୟିକା ପ୍ରାର୍ଥୀ ପ୍ରତିଭା କହଁର ଓ ଅନ୍ୟମାନେ କଂଗ୍ରେସର ଇସ୍ତାହର ପାଠ କରି ଭୋଟରମାନଙ୍କୁ ଶୁଣାଇବା ସହ ଭୋଟ ଭିକ୍ଷା କରିଥିଲେ।
Comments are closed.