ସାରଙ୍ଗଗଡ଼ରେ ଅନୁଷ୍ଠିତ ହେଲା ମେରୀ ମାଟି ମେରୀ ଦେଶ କାର୍ଯକ୍ରମ

ଫୁଲବାଣୀ: କନ୍ଧମାଳ ଜିଲା କେ.ନୂଆଗାଁ ବ୍ଲକର ସାରଙ୍ଗଡ ଠାରେ ବ୍ଲକ୍ ସ୍ତରୀୟ ମେରୀ ମାଟି ମେରୀ ଦେଶ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାରଙ୍ଗଡ ହାଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶଶିତା ପାତ୍ର ଯୋଗ ଦେଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ସାରଙ୍ଗଡ ଥାନା ଅଧିକାରୀ ବଦୁଲିକା ବିଶ୍ବାଳ, ଏସ୍ଆଇ କୃଷ୍ଣ ଚନ୍ଦ୍ର ଗୌଡ଼, ୱାର୍ଡ ମେମ୍ବର ସରୋଜିନି ଶତପଥୀ, ସହାୟକ ଶିକ୍ଷୟତ୍ରୀ ସ୍ମିତରଣୀ ବେହେରା ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ୍ ଦଳବେହେରା ସ୍ବେଚ୍ଛାସେବୀମାନଙ୍କ ମଧ୍ୟରେ ସୁଦ୍ଧା ରାଣୀ ଶତପଥି, ଗଞ୍ଜନ ପ୍ରଧାନ, ମାଧୁରୀ ପଣ୍ଡା, ସୁଭସ୍ମିତା ବିଷୋୟୀ, କୃଷ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯକ୍ରମ ରେ ଯୁବକ ସଂଘର ସଦସ୍ୟ /ସଦସ୍ୟା , ଛାତ୍ର ଛାତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯକ୍ରମରେ ଏକ ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା ଏବଂ ପଦ ଯାତ୍ରାଟି ସାରଙ୍ଗଗଡ ସହର ପରିଭ୍ରମଣ କରିଥିଲେ। ଏହି କାର୍ଯକ୍ରମ ଟି ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ହେବାର ଉପଲକ୍ଷେ ଅନୁଷ୍ଠିତ ହୋଇଛି।

Comments are closed.