www.samajalive.in
Monday, December 8, 2025
16.1 C
Bhubaneswar

ସେବା ମନୋବୃତ୍ତି ସହ କର୍ତ୍ତବ୍ୟନିଷ୍ଠ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ ପାଇଁ ଆହ୍ବାନ

ଫୁଲବାଣୀ:ଓଡିଶା ପୁଲିସର ୮୮ତମ ପ୍ରତିଷ୍ଠା ଦିବସ ଆଜି ସ୍ଥାନୀୟ ରିଜର୍ଭ ପୁଲିସ ପଡିଆରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଜିଲା ସ୍ତରୀୟ ସମାରୋହରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ସୁଭେନ୍ଦୁ କୁମାର ପାତ୍ର ଯୋଗଦେଇ ଯୋଗଦେଇ ସମବେତ ପରେଡର ଅଭିଭାଦନ ଗ୍ରହଣ କରିବା ସହ ଆଜିର ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ ।

ରାଜ୍ୟ ପୁଲିସର ଅଧିକାରୀ ଓ ଯବାନ ମାନେ ସେବା ମନୋବୃତ୍ତି ସହ କର୍ତ୍ତବ୍ୟନିଷ୍ଠ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ ପାଇଁ ସେ ଏ ଅବସରରେ ଆହ୍ୱାନ ଦେଇଥିଲେ। ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ତୁଲାଇଥିବା ପୁଲିସ ଅଧିକାରୀମାନଙ୍କୁ ଆଜିର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟଅତିଥି ସମ୍ମାନୀତ କରିଥିବା ବେଳେ ଜିଲାର ସର୍ବଶ୍ରେଷ୍ଠ ଏସଆଇ ଭାବେ କେ.ନୂଆଗାଁ ଥାନାର ସୌମ୍ୟରଂଜନ ପତୀ ପୁରଷ୍କୃତ ହୋଇଥିବା ବେଳେ ସର୍ବଶ୍ରେଷ୍ଠ ଏଏସଆଇ ଭାବେ ଦାରିଙ୍ଗବାଡ଼ି ଥାନାର ସୁବାଷ ଚନ୍ଦ୍ର ପ୍ରଧାନ ଏବଂ ସର୍ବଶ୍ରେଷ୍ଠ ହାବିଲଦାର ଭାବେ ରିଜର୍ଭ କାର୍ଯ୍ୟାଳୟର ପ୍ରକାଶ ଚନ୍ଦ୍ର କହଁର ଏବଂ ଶ୍ରେଷ୍ଠ ଏପିଆର କନଷ୍ଟେବଲ ଭାବେ ରିଜର୍ଭ କାର୍ଯ୍ୟାଳୟର ସନ୍ତୋଷ କୁମାର କହଁର ଏବଂ ଏବଂ ର୍ଶ୍ରେଷ୍ଠ ଓଆର କନଷ୍ଟେବଲ ଭାବେ ସଦରଥାନାର ବାସନ୍ତୀ ପ୍ରଧାନ ମୁଖ୍ୟଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ।

- Advertisement -

ପୁରସ୍କାର ବିତରଣ ଉତ୍ସବରେ ବାଲିଗୁଡ଼ା ଏସଡପିଓ ରୋହିତ୍ ବର୍ମା ଉପସ୍ଥିତ ଥିବା ବେଳେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଏସ୍ଏଫ୍ କମାଣ୍ଟେଟ୍ ସଞ୍ଜୀବ କୁମାର , ଅତିରିକ୍ତ ଏସପି ଲଳିତ କୁମାର ପଟ୍ଟନାୟକ , ଜି.ଉଦୟଗିରି ଏସଡିପିଓ ଡି.ଟି.ଆର୍ ପଟ୍ଟନାୟକ , ସଦର ଏସଡିପିଓ ସୁପ୍ରସନ୍ନ କୁମାର ମଲିକ , ବିଏସ୍ଏଫ୍ ସେକେଣ୍ଟ କମାଣ୍ଟେଟ୍ ଏପିଏସ୍ ଭିରିକ୍, କନ୍ଧମାଳ ଡ଼ିଏସପି ପ୍ରଶାନ୍ତ କୁମାର ଦାସ, ପ୍ରଭାତ କୁମାର ସେଠୀ ଓ ଇନିସପେକ୍ଟର ତୁରୁପତି ଚୌଧୁରୀ , ଚନ୍ଦ୍ରମଣି ସିଂ, ଅମ୍ବିକା ପଟ୍ଟନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ।

ସମସ୍ତ ପୁଲିସ କର୍ମଚାରୀ, ଜିଲା ପୁଲିସ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ଓ ଅନ୍ୟ ଅତିଥିମାନେମାନେ ଉପସ୍ଥିତ ଥିଲେ। ପରେଡକୁ ରିଜର୍ଭ ଇନସ୍ପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ଓ ସର୍ଜେଣ୍ଟ ସରୋଜ ବେହେରା ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ରିଜର୍ଭ କାର୍ଯ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories