ସ୍ୱାଭିମାନ ଓ ସଖି ତରଫରୁ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ:କନ୍ଧମାଳ ଜିଲା ଖଜୁରୀପଡା ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ସ୍ୱାଭିମାନ ଓ ସଖି ଅନୁଷ୍ଠାନ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ଅବସରରେ ମୁଖ୍ୟତଃ ନିର୍ଯ୍ୟାତିତ ମହିଳା ଏବଂ ନାବାଳିକା ମାନଙ୍କ ସମନ୍ୱିତ ସୁବିଧା, ଆଇନଗତ ସହାୟତା, ସାମାଜିକ ପରାମର୍ଶ, ପାରିବାରିକ ହିଂସା, ସାଇବର ଅପରାଧ, ମହିଳା ଚାଲାଣ, ବାଲ୍ୟ ବିବାହ,ଯୌତୁକ ନିର୍ଯାତନା, କୁଷ୍ଠରୋଗର କାରଣ ନିରାକରଣ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇ ସଚେତନତା କରାଯାଇଥିଲା।କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ଶତାଧିକ ମହିଳା ଯୋଗଦାନ କରିଥିବା ବେଳେମହିଳା ଓ ଶିଶୁବିକାଶ ବିଭାଗ ତରଫରୁ ଅଙ୍ଗନୱାଡି କର୍ମି ଏବଂ ସୁପରଭାଇଜର ମାନେ ଯୋଗଦାନ କରିଥିଲେ।

prayash

ସେହିଭଳି ଅତିଥି ଭାବେ ଖଜୁରୀପଡା ଜିଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ ଏବଂ ସରପଞ୍ଚ ମନୋରଞ୍ଜନି ଯାନୀ ଯୋଗଦଦେଇ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ସ୍ୱାଭିମାନ ଅନୁଷ୍ଠାନ ତରଫରୁ ମିହିର ମହାନ୍ତି ଯୋଗଦାନ କରି କୁଷ୍ଠ ରୋଗର କାରଣ ଲକ୍ଷଣ ଏବଂ ବର୍ତ୍ତମାନ ବହୁଳ ସଚେତନତା କାରଣରୁ କୁଷ୍ଠ ରୋଗର ହ୍ରାସ ହୋଇଥିବା ଏବଂ ଏହାର ନିରାକରଣ ଉପରେ ଆଲୋଚନା କରିଥିଲେ। ବାଲିଗୁଡା ସ୍ଥିତ ବନବାସୀ ଅନୁଷ୍ଠାନ ତରଫରୁ ରବୀନ୍ଦ୍ର କୁମାର ପଣ୍ଡା,ପାରିବାରିକ ଅଦାଲତ ଅଧ୍ୟକ୍ଷା ସରିତା ପଟ୍ଟନାୟକ,ସଖି ଅନୁଷ୍ଠାନ ର ମୁଖ୍ୟ ପରିଚାଳିକା ଅପୂର୍ଣ୍ଣା ବେହେରା ପ୍ରମୁଖ ଯୋଗଦାନ କରିଥିବା ବେଳେ କାର୍ଯ୍ୟକ୍ରମରେ ନନ୍ଦିତା କୁମାରୀ ଆଇନ ସଚେତନତା ସହ ଧନ୍ଯବାଦ ଅର୍ପଣ କରିଥିଲେ। ସଂଧ୍ୟାରାଣୀ ମଲିକ, ଜୟସ୍ମିତା ମହାନ୍ତି ଏବଂ ପ୍ରଜ୍ଞା ପ୍ରାରମ୍ଭିକା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

kalyan agarbati

Comments are closed.