ଫିରିଙ୍ଗିଆ ଉଚ୍ଚ ମାଧ୍ୟ୍ୟମିକ ବାଳକ ବିଦ୍ୟାଳୟରେ ଜିଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

ଫୁଲବାଣୀ : ଫିରିଙ୍ଗିଆ ଉଚ୍ଚ ମାଧ୍ୟମିକ ବାଳକ ବିଦ୍ୟାଳୟରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଙ୍କ ନିର୍ଦେଶ କ୍ରମେ ବିଦ୍ୟାଳୟ ର ଅଧକ୍ଷ କୈଳାଶ ଚନ୍ଦ୍ର ସିଂ ଙ୍କ ପ୍ରତକ୍ଷ ତତ୍ୱାବଧାନ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ନେ୍ଡିପଦର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢ଼ୀ ଙ୍କ ସହ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

prayash

ଅନ୍ୟପଟେ ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଜିଲ୍ଲାର ୪୦ ଟି ଉଚ୍ଚବିଦ୍ୟାଳୟ ସହ ଅନ୍ୟାନ୍ୟ ବିଦ୍ୟାଳୟ ର ପ୍ରାୟ ୫୬ ଜଣ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । କନିଷ୍ଠ ଓ ବରିଷ୍ଠ ଦୁଇଟି ବିଭାଗ ରେ ବିଭକ୍ତ କରାଯାଇଥିବା ବେଳେ କନିଷ୍ଠ ବିଭାଗ ରେ ୩୧ ଜଣ ଓ ବରିଷ୍ଠ ବିଭାଗ ରେ ୨୫ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଅନ୍ୟପଟେ କନିଷ୍ଠ ବିଭାଗ ପାଇଁ ଆଦିବାସୀ ମାନଙ୍କ ର ଶିକ୍ଷା ର ଅଗ୍ରଗତି ବିଷୟ ରଖାଯାଇଥିବା ବେଳେ ବରିଷ୍ଠ ବିଭାଗ ପାଇଁ ଆଦିବାସୀ ମାନଙ୍କ କଳା ଓ ସଂସ୍କୃତି ବିଷୟରେ ଚିତ୍ର ଅଙ୍କନ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଦିଆ ଯାଇଥିଲା। ସମସ୍ତ ଛାତ୍ର ଛାତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତା ରେ ଭାଗ ନେଇ ଖୁବ ସୁନ୍ଦର ଭାବରେ ଚିତ୍ର ଗୁଡିକୁ ଅଙ୍କନ କରିଥିଲେ।

kalyan agarbati

Comments are closed.