ଅଜଣାଗାଡ଼ି ଧକ୍କାରେ ମୃତ ବ୍ୟକ୍ତିଙ୍କ ପରବାର ପ୍ରଶାସନ ପକ୍ଷରୁ ଅନୁକମ୍ପା ରାଶି ପ୍ରଦାନ
ଫୁଲବାଣୀ:କନ୍ଧମାଳ ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ପିଅନପଡ଼ା ଅଞ୍ଚଳର ବାସିନ୍ଦା ମୋହନ ଚୌଧୁରୀ ଗତ ଜୁଲାଇ ୨୧ ତାରିଖରେ ଗୋଛାପଡ଼ା ଅଞ୍ଚଳକୁ କୌଣସି କାମରେ ଯାଇ ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁବରଣ ଘଟିଥିଲା। ଏନେଇ ଗୋଛାପଡ଼ା ଥାନାରେ ଏକ ମାମଲା ରୁଜୁକରାଯାଇ ତଦନ୍ତ ଚାଲିଥିଲେମଧ୍ୟ କୌଣସି ପ୍ରକାର ସନ୍ଧାନ ମିଳିନଥିବା ବେଳେ ଏନେଇ ପରିବାର ପକ୍ଷରୁ ଲିଖିତ ଭାବେ ଫୁଲବାଣୀ ଆଞ୍ଚଳିକ ପରିବହନ ବିଭାଗରେ ଲିଖିତ ଭାବେ ଜଣାଇଥିଲେ।
ତଦନ୍ତ ପରେ ସରକାରୀ ନିୟମ ପ୍ରକାରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱର୍ଗତ ମୋହନ ଚୌଧୁରୀଙ୍କ ସ୍ତ୍ରୀ ରିଙ୍କି ଚୌଧୁରୀଙ୍କ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯାଇଛି। ଜିଲାପାଳ ଆଶିଷ ଈଶ୍ୱର ପାଟିଲ ନିଜ କାର୍ଯ୍ୟାଳୟ ପରିସରରେ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ଏହି ଅବସରରେ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ , ଜୁନିୟର ଏମଭିଆଇ ପି.ସୌରଭ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅନୁକମ୍ପା ମୂଳକ ସହାୟତା ପାଇବା ପରେ ଶ୍ରୀମତି ଚୌଧୁରୀ ପରିବହନ ସଚିବ, ପରିବହନ କମିଶନର ଓ ଫୁଲବାଣୀ ଆଞ୍ଚଳିକ ପରିବହନ ବିଭାଗକୁ କୃତଜ୍ଞତା ଜଣାଇଛନ୍ତି।
Comments are closed.