ଲିଙ୍ଗରାଜ ଗର୍ଭ ଗୃହର ଫଟୋ ଅପଲୋଡ ପ୍ରସଙ୍ଗ; କ୍ଷମା ମାଗିଲେ କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟେଲ

0

କଟକ: ଉତ୍କଳ ଦିବସରେ ଅବସରରେ ସୋସିଆଲ ମିଡିଆରେ ଫଟୋ ଅପଲୋଡ କରି ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇ ଅଡୁଆରେ ପଡିଛନ୍ତି କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟେଲ । ଏହାକୁ ନେଇ ରାଜନୀତି ଜୋର ଧରିବାରୁ ଆଜି କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟେଲ କ୍ଷମା ପ୍ରାର୍ଥନା କରିଛନ୍ତି । ମୁଁ କାହାରି ଭାବବେଗକୁ ଆଘାତ ପହଞ୍ଚାଇବକୁ ଚାହୁଁ ନଥିଲି ବୋଲି କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟେଲ ଟ୍ୱିଟ୍‌ କରି କହିଛନ୍ତି । ଏହା ସହ ଫୋଟଗୁଡିକ ଭୁଲ ବଶତଃ ପୋଷ୍ଟ ହୋଇଯାଇଛି ଏବଂ ତାହାକୁ ପ୍ରତ୍ୟାହାର କରି ନେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋୟଲ ଟ୍ୱିଟ୍‌ କରିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟେଲ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସୋସିଆଲ୍ ମିଡ଼ିଆରେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ ଓ ପୂଜା ସମୟର ଫଟୋ ଅପଲୋଡ଼୍ କରିଥିଲେ । ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ବେଢା ଓ ଗର୍ଭ ଗୃହରେ ଫଟୋ ଉତ୍ତୋଳନକୁ ନିଷିଦ୍ଧ କରାଯାଇଥିବା ବେଳେ କିପରି ବାରମ୍ବାର ଫୋଟ ଉଠାଯାଉଛି ଏହାକୁ ନେଇ ଏବେ ବିବାଦ ଜୋର ଧରିଛି । ଏହା ଓଡିଶାବସୀ ମନକୁ ଆଘାତ ଦେଇଛି ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି । ଏହି ଘଟଣାକୁ ତୀବ୍ର ଦିନ୍ଦା କରିବା ସହ କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟେଲଙ୍କ ଦଳରୁ ବହିଷ୍କାର କରିବା ପାଇଁ କଂଗ୍ରେସ ନେତା ସୁର ରାଉତ ରାୟ ପ୍ରତିକ୍ରିୟାରେ କହିଛନ୍ତି । ଗତବର୍ଷ କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟେଲ ଓଡିଶା ଗସ୍ତ ଆସିଥିବା ବେଳେ ଲିଙ୍ଗରାଜ ମନ୍ଦିର ଗର୍ଭ ଗ୍ୟହରେ ଏହି ଫୋଟ ଉଠାଇଥିଲେ । ସୂଚନା ଯୋଗ୍ୟ ଯେ, କିଛି ଦିନ ପୂର୍ବେ ବଲିଉଡ଼ ଜଣେ ଅଭିନେତ୍ରୀ ରବିନା ଟଣ୍ଡନ ମନ୍ଦିର ବେଢାରେ ଫଟୋ ଉଠାଇ ବିବାଦ ଘେରକୁ ଆସିଥିଲେ ।

Leave A Reply