ଫିରିଙ୍ଗିଆ ବ୍ଲକରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଫୁଲବାଣୀ/ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା  ଫିରିଙ୍ଗିଆ ବ୍ଲକ ସଭାଗୃହ ପରିସରରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ପ୍ରତ୍ୟେକ ମାସର ତୃତୀୟ ସୋମବାର ଏହି ଅଭିଯୋଗ ଶୁଣାଣି ଶିବିର ଏହି ଫିରିଙ୍ଗିଆ ବ୍ଲକରେ ଅନୁଷ୍ଠିତ ହୋଇଆସୁଥିବା ବେଳେ ଅନୁରୂପ ଭାବରେ ଚଳିତ ସୋମବାର ମଧ୍ୟ୍ୟ ଏହି ଶିବିର ଅନୁଷ୍ଠିତ ହୋଇଛି।  ଜିଲାପାଳ ଦାୟିତ୍ୱରେ ଯୋଗ ଦେଲା ପରେ ପ୍ରଥମ ଥର ପାଇଁ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟକୁ ଆସିଥିବାରୁ ତାଙ୍କୁ ପ୍ରଥମେ ବ୍ଲକ ପ୍ରଶାସନ ତରଫରୁ ସ୍ବାଗତ କରାଯାଇଥିଲା।  ଏହାପରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଫିରିଙ୍ଗିଆ ବ୍ଲକରେ  ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ମଧ୍ୟ ଉପସ୍ଥିତ ରହି ଅଭିଯୋଗ କାରୀଙ୍କ ଅଭିଯୋଗ ପାତ୍ର ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଦିବାସୀ ଉନ୍ନୟନ ବିଭାଗର ପ୍ରକଳ୍ପ ପ୍ରଶାସକ,ଉଦ୍ୟାନ ଓ କୃଷି ବିଭାଗ, ସାଧାରଣ ବଣ୍ଟନ ବିଭାଗ, ଜଳ ଓ ପରିମଳ ବିଭାଗ, ପଶୁ ସମ୍ପଦ ବିଭାଗ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ଶିକ୍ଷା ବିଭାଗ, ବନ ବିଭାଗ ସହ ସମସ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ। ତେବେ ଏହି ଶିବିରରେ ସମୁଦାୟ ୨୮୫ ଟି ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିବା ବେଳେ ବିଶେଷ କରି ଆବାସ ଯୋଜନା ବିଷୟରେ ସର୍ବାଧିକ ଅଭଯୋଗ ପାତ୍ର ପଞ୍ଜିକୃତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ମାନେ ମଧ୍ୟ୍ୟ ଉପସ୍ଥିତ ଥିବା ବେଳେ ବ୍ଲକ ଅଧୀନରେ ଥିବା ସମୁଦାୟ ୨୪ ଟି ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରୁ ଶତାଧିକ ଲୋକ ନିଜନିଜ ଅଭିଯୋଗ ଜିଲ୍ଲାପାଳଙ୍କ ଆଗରେ ଉପସ୍ଥାପନ କରିଥିଲେ। ସେପଟେ ଜିଲ୍ଲାପାଳ ମଧ୍ୟ୍ୟ ସମସ୍ୟା ଗୁଡିକର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।
ଆଇନ ଶୃଙ୍ଖଳା ପରିସ୍ଥିତିର ତଦାରଖ ପାଇଁ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଉପସ୍ଥିତ ରହିଥିବା ବେଳେ ଥାନା ତରଫରୁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ୍ୟ ବ୍ଲକ ପରିସରରେ ନିୟୋଜିତ କରାଯାଇଥିଲା। ପ୍ରତ୍ୟେକ ମାସରେ ଏହିଭଳି ଅଭଯୋଗ ଶୁଣାଣି କାର୍ଯ୍ୟକ୍ରମ ଏହି ଫିରିଙ୍ଗିଆ ବ୍ଲକର ଅନୁଷ୍ଠିତ ହୋଇଆସୁଥିବା ବେଳେ ଅନେକ ଲୋକ ବିଭିନ୍ନ ସମସ୍ୟା ପାଇଁ ବାରମ୍ବାର ଏହି କାର୍ଯ୍ୟକ୍ରମରେ ଅଭିଯୋଗ କରିଆସୁଥିଲେ ମଧ୍ୟ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ଜଣାଇବା ପାଇଁ ଆସିଥିବା କିଛି ଅଭଯୋଗ କାରି କ୍ଷୋଭ ପ୍ରକାଶ କରିବା ସହ ଅଭିଯୋଗ ଶୁଣାଣିରେ ଦିଆଯାଉଥିବା ଅଭି ଯୋଗ ଗୁଡିକୁ ସଠିକ ତଦନ୍ତ କରି ଉଚିତ ପଦକ୍ଷେପ ନିଆଯାଉ ବୋଲି ଦାବି କରିଥିଲେ।
କାର୍ଯ୍ୟକ୍ରମରେ  ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନାଙ୍କ ସହ ଏପିଓ ସୁମନ୍ତ ଉଠାଣ ସିଂ, ଭବାନୀ ପ୍ରସାଦ ଦେଓ, ଜିତେନ୍ଦ୍ର ଆଚାର୍ଯ୍ୟଙ୍କ ସହ ସମସ୍ତ କନିଷ୍ଠ ଯନ୍ତ୍ରୀ, ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରି, ପଞ୍ଚାୟତ ଏକାଉଣ୍ଟଣ୍ଟ ଅଧିକାରୀ ମାନେ ଓ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରଥିଲେ।

Comments are closed.