ଭୋପାଳରେ ପେଟ୍ରୋଲ ଟପିଲା ୯୦ ଟଙ୍କା, ଡ଼ିଜେଲ ଲିଟର ୮୦.୧୦ ଟଙ୍କା
ସୋମବାର ମଧ୍ୟପ୍ରଦେଶର ଭୋପାଳରେ ପେଟ୍ରୋଲ ମୂଲ୍ୟ ଲିଟର୯୦ ଟଙ୍କା ଅତିକ୍ରମ କରିଛି। ସୋମବାର ଦିନ ରାଜ୍ୟ ରାଜଧାନୀରେ ଡିଜେଲ ଲିଟର ପିଛା ୮୦.୧୦ ଟଙ୍କାରେ ବିକ୍ରି ହୋଇଛି । ମଧ୍ୟପ୍ରଦେଶ ପେଟ୍ରୋଲ ପମ୍ପ ମାଲିକ ସଂଘର ସଭାପତି ଅଜୟ ସିଂଙ୍କ ସୂଚନା ଅନୁସାରେ ସମଗ୍ର ବିଶ୍ୱରେ କରୋନାଭାଇରସ୍-ପ୍ରବର୍ତ୍ତିତ-ଲକଡାଉନ୍ ସହଜ ହେବା ପରେ ଚାହିଦା ବୃଦ୍ଧି ହେତୁ ଅଶୋଧିତ ମୂଲ୍ୟ ବୃଦ୍ଧି ପାଉଛି। ଏହା ବ୍ୟତୀତ ମଧ୍ୟପ୍ରଦେଶରେ ଭାଲ୍ୟୁ ଆଡ୍ ଟ୍ୟାକ୍ସ (ଭାଟ୍) ର ଅଧିକ ହାର ହେତୁ ଏହି ହାର ଅଧିକ ରହିଛି ବୋଲି ସେ କହିଛନ୍ତି। ଅଜୟଙ୍କ ସୂଚନା ଅନୁଯାୟୀ ମଧ୍ୟପ୍ରଦେଶରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ହାର ଯଥାକ୍ରମେ ୩୯% ଏବଂ ୨୮ % ରହିଛି। ଯାହା ତୁଳନାତ୍ମକ ଭାବରେ ଅନ୍ୟରାଜ୍ୟ ଠାରୁ ଅଧିକ । ସେହିପରି ମଧ୍ୟପ୍ରଦେଶର ଅନ୍ୟକିଛି ସହରରେ ପେଟ୍ରୋଲ ମୂଲ୍ୟ ପ୍ରଥମଥର ପାଇଁ ୯୧ ଟଙ୍କା ଅତିକ୍ରମ କରିଛି ବୋଲି ସେ କହିଛନ୍ତି ।
Comments are closed.