ରେକର୍ଡ ସ୍ତରରେ ପହଞ୍ଚିଲା ପେଟ୍ରାଲ ଓ ଡିଜେଲ୍ ଦର

0

ନୂଆଦିଲ୍ଲୀ . –   ଦେଶର ଚାରୋଟି ପ୍ରମୁଖ ମହାନଗରୀରେ ପେଟ୍ରୋଲ ଓ ଡିଜେଲ୍‌ ଦର ରେକର୍ଡ ସ୍ତରରେ ପହଞ୍ଛିଛି ।  ତୈଳ କମ୍ପାନୀମାନେ ଉଭୟ ପେଟ୍ରୋଲ ଓ ଡଜେଲ୍  ମୂଲ୍ୟକୁ ବୃଦ୍ଧି କରିଛନ୍ତି । ରବିବାରରେ ଦିଲ୍ଲୀରେ ପେଟ୍ରୋଲ ଦର ପ୍ରତି ଲିଟର ୭୮.୮୪ ଟଙ୍କାରେ ପହଞ୍ଚିଥିବା ବେଳେ  ମୁମ୍ବାଇରେ ପେଟ୍ରେଲ ଦର ୮୬.୨୫ ଟଙ୍କା , କୋଲକାତାରେ ୮୧.୭୬ ଟଙ୍କା ଓ ଚେନ୍ନାଇରେ ୮୧.୯୨ ଟଙ୍କାରେ ପହଞ୍ଚିଛି ।

ସେହିପରି ଡିଜେଲ ମୂଲ୍ୟ ବୃଦ୍ଧି ପାଇ ଦିଲ୍ଲୀରେ ପ୍ରତି ଲିଟର  ୭୦.୭୬ ଟଙ୍କା ହୋଇଥିବା ବେଳେ ମୁମ୍ବାଇରେ ୭୫.୧୨ ଟଙ୍କା, କୋଲକାତାରେ ୭୩.୬୧ ଟଙ୍କା ଓ  ଚେନ୍ନାଇରେ ୭୪.୭୭ ଟଙ୍କାରେ ପହଞ୍ଚିଛି ।

ଟଙ୍କାର ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ହ୍ରାସ ପାଇଥିବାରୁ ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ପାଇଥିବା ସୂଚନା ମିଳିଛି ।

Leave A Reply