ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଅାଁ
ନୂଆଦିଲ୍ଲୀ : ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଭାରତର ତୈଳ ବଜାର ଉପରେ ପଡିଛି । ଆର୍ଥିକ ବର୍ଷର ପ୍ରଥମ ଦିନରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇ ୪ ବର୍ଷର ଉଚ୍ଚସ୍ତରରେ ପହଞ୍ଚିଛି । ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୩ ଟଙ୍କା ୭୩ ପଇସା ଓ ଡିଜେଲ ଦର ଲିଟର ପିଛା ୬୪ ଟଙ୍କା ୫୭ ପଇସାରେ ପହଞ୍ଚିଛି । ରବିବାର ପେଟ୍ରୋଲ ଓ ଡିଜେଲର ଦରରେ ୧୮ ପଇସା ବୃଦ୍ଧି ଘଟିଛି । ଏହାପୂର୍ବରୁ ୨୦୧୪ ସେପ୍ଟେମ୍ବରରେ ପେଟ୍ରୋଲ ଦର ବୃଦ୍ଧି ପାଇ ଲିଟର ପିଛା ୭୬ ଟଙ୍କା ୬ ପଇସାରେ ପହଞ୍ଚିଥିଲା । ୨୦୧୮ ଫେବୃଆରୀରେ ଡିଜେଲ ଦର ବୃଦ୍ଧି ପାଇ ଲିଟର ପଛା ୬୪ ଟଙ୍କା ୨୨ ପଇସାରେ ବିକ୍ରି ହେଉଥିଲା । ଏହାପରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇ ୪ ବର୍ଷର ସର୍ବୋଚ୍ଚସ୍ତରରେ ପହଞ୍ଚିଛି ।