ଆଇଏନଏକ୍ସ ମିଡିଆ ମାମଲା ; ୩୧ ପର୍ଯ୍ୟନ୍ତ ସିବିଆଇ ହାଜତକୁ ଗଲେ ପିଟର

0

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ସ୍ଥାନୀୟ ଅଦାଲତ ସୋମବାର ପିଟର ମୁଖାର୍ଜୀଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସିବିଆଇ ହାଜତକୁ ପଠାଇଛନ୍ତି। ବେଆଇନ ଅର୍ଥ ହେରଫେର ଅଭିଯୋଗକୁ ଭିତ୍ତିକରି ସିବିଆଇ ପକ୍ଷରୁ ଆଇଏନଏକ୍ସ ମିଡିଆ କମ୍ପାନୀର ପ୍ରତିଷ୍ଠାତା-ନିର୍ଦେଶକ ପିଟରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ ପିଟରଙ୍କ ପତ୍ନୀ ଇନ୍ଦ୍ରାଣୀ ମୁଖାର୍ଜୀ ମଧ୍ୟ ଅତ୍ୟତମ ଅଭିଯୁକ୍ତ ଅଛନ୍ତି। ନିଜ କନ୍ୟା ସିନା ବୋରା ହତ୍ୟାକାଣ୍ଡରେ ସଂପୃକ୍ତି ଯୋଗୁଁ ଇନ୍ଦ୍ରାଣୀ ବର୍ତ୍ତମାନ ଗିରଫ ହୋଇ ଜେଲରେ ରହିଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ପୁତ୍ର କାର୍ତ୍ତି ଚିଦମ୍ବରମ ସେତେବେଳେ ୩.୫ କୋଟି ଟଙ୍କା ଲାଞ୍ଚ ନେଇ ପିଟର ଓ ଇନ୍ଦ୍ରାଣୀଙ୍କ କମ୍ପାନୀ ଆଇଏନଏକ୍ସ ମିଡିଆକୁ (ବର୍ତ୍ତମାନ ୯ଏକ୍ସ ମିଡିଆ) ଏଫଆଇପିବି (ଫରେନ ଇନଭେଷ୍ଟମେଣ୍ଟ ପ୍ରୋମୋସନ ବୋର୍ଡ)ରୁ କ୍ଲିୟରାନ୍ସ ସାର୍ଟିଫିକେଟ ଯୋଗାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା।

Leave A Reply