www.samajalive.in
Monday, December 8, 2025
16.1 C
Bhubaneswar

କୁକୁର, ବିଲେଇଙ୍କୁ କରୋନା ସଂକ୍ରମଣ ଆଶଙ୍କା କ୍ଷୀଣ

ନ୍ୟୁୟର୍କ : ଘରେ କୁକୁର ଓ ବିଲେଇ ପାଳିଥିବା ଲୋକଙ୍କ ପାଇଁ ଖୁସି ଖବର । ଗୃହପାଳିତ ଏହି ପଶୁମାନଙ୍କୁ କରୋନା ସଂକ୍ରମଣ ଆଶଙ୍କା ଆପାତତଃ କ୍ଷୀଣ । ତେବେ ସେମାନଙ୍କୁ ମଧ୍ୟ ସାମାଜିକ ଦୂରତ୍ବ ମଧ୍ୟରେ ରଖାଯିବା ଆବଶ୍ୟକ । ମାର୍କିନ ପ୍ରାଣୀ ବିଶେଷଜ୍ଞମାନେ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ନ୍ୟୁୟର୍କ ଡ଼େଲିରେ ପ୍ରକାଶିତ ରିପୋର୍ଟ ଅନୁସାରେ କରୋନା ସଂକ୍ରମଣ ସମୟରେ ଗୃହପାଳିତ ପଶୁମାନଙ୍କୁ ବାହାରକୁ ଛାଡ଼ିବା ଉଚିତ୍ ନୁହେଁ । ସେମାନଙ୍କୁ କୁକୁର ଉଦ୍ୟାନ ବା ବାହାରକୁ ବୁଲାଇବା ପାଇଁ ନେବା ମଧ୍ୟ ଅନୁଚିତ୍ । ଅନୁରୂପ ଭାବରେ ଘରେ ଯଦି କେହି କରୋନା ସଂକ୍ରମିତ ଥାଆନ୍ତି ତେବେ ସେମାନଙ୍କ ନିକଟକୁ ଏହି ପଶୁମାନଙ୍କୁ ନିଆଯିବା ମଧ୍ୟ ଉଚିତ ନୁହେଁ ।
ଆମେରିକାନ କେନେଲ କ୍ଲବର ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡ଼ା. ଜେରି କ୍ଲେନଙ୍କ ମତରେ କୁକୁର ବା ବିରାଡ଼ି କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବେ ନାହିଁ । ତେବେ ସେମାନେ ଏହାଯୋଗୁଁ ବେମାର ହୋଇ ପାରନ୍ତି । ଆମେରିକାର ଏକ ଚିଡ଼ିଆଖାନାରେ ଏକ ବାଘ କରୋନା ଆକ୍ରାନ୍ତ ହେବା ପରେ ଘରୋଇ ପଶୁପକ୍ଷୀମାନଙ୍କୁ ଏହା ବ୍ୟାପିପାରେ ବୋଲି କେହିକେହି ଆଶଙ୍କା କରିଥିଲେ । ହଂକଂ ଓ ବେଲଜିୟମରେ ଗୋଟିଏ ଲେଖାଏଁ କୁକୁର ଓ ବିରାଡ଼ି କରୋନା ସଂକ୍ରମିତ ହୋଇଥିବା ରିପୋର୍ଟକୁ ନେଇ ଡ଼ା. ଜେରି କହିଛନ୍ତି ଯେ ଏହା ଘଟିବା ବିଶ୍ବାସ କରାଯାଇପାରେ କିନ୍ତୁ ଆମେରିକାରେ ସେପରି କିଛି କେଉଁଠି ଘଟିନାହିଁ ।
ଅନୁରୂପ ଭାବରେ ଆମେରିକା ଭେଟେନାରୀ ମେଡ଼ିକାଲ ଆସୋସିଲସନ (ଏଭିଏମଏ)ର ପୂର୍ବତନ ସଭାପତି ଡ଼ା. ଜନ୍ ଡ଼ି ଜଙ୍ଗ କହିଛନ୍ତି ଯେ କୁକୁର ବା ବିରାଡ଼ି ଦ୍ବାରା କରୋନା ସଂକ୍ରମିତ ହେବାର କୌଣସି ଠୋସ୍ ପ୍ରମାଣ ଏଯାବତ୍ ମିଳିନାହିଁ । ମାତ୍ର ପଶୁର ଲୋମରେ ଯଦି କରୋନା ଭୂତାଣୁ କାହାଠାରୁ ଆସିଥାଏ ତେବେ ତାହା ଅନ୍ୟମାନଙ୍କୁ ବ୍ୟାପିବାର ଆଶଙ୍କାରହିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories