BJD Bijuli 480×75 Mob

ମନ ଫୂର୍ତ୍ତି ରଖେ ଅତର

BJD Bijuli 480×75 Mob
0

ନଗରୀ ଓ ମହାନଗରୀରେ ପ୍ରତ୍ୟେକ ବର୍ଗର ଲୋକେ ଭିନ୍ନଭିନ୍ନ କମ୍ପାନୀର ଡିଓଡ୍ରାଣ୍ଟ ଓ ଅତର ଲଗାଉଛନ୍ତି। ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅତର ଲଗାଇବାକୁ ଅଧିକ ପସନ୍ଦ କରନ୍ତି।

ଆମ ଭାରତୀୟ ଅତରର ବିଶ୍ବ ବଜାରରେ ଲୋକପ୍ରିୟତା ୫୫%ରୁ ଅଧିକ ରହିଥିବାର ଜଣାପଡ଼ିଛି। ବିଦେଶରୁ ଲୋକେ ଅନ୍-ଲାଇନ୍ ଜରିଆରେ ଭାରତରୁ ଅତର ବରାଦ୍ କରିଥାନ୍ତି। ଭାରତୀୟ ସଙ୍ଗୀତ ଜଗତର ସମ୍ରାଜ୍ଞୀ ଭାବେ ଜଣାଯାଉଥିବା ଲତା ମଙ୍ଗେସକରଙ୍କ ନାମରେ ଏକ ଅତର ରହିଛି।

ଏହି ଦାମୀ ଅତରଟି ଲଣ୍ଡନ ବଜାରରେ ବେଶ୍ ଲୋକପ୍ରିୟ। ସମ୍ଭ୍ରାନ୍ତ ବର୍ଗର ମହିଳା ଓ ଉଚ୍ଚ ପଦରେ କାର୍ୟ୍ୟରତ କର୍ମଜୀବୀ ମହିଳାଙ୍କ ଏହି ଅତରର ବାସ୍ନା ଖୁବ୍ ପ୍ରିୟ।

ଅନେକଙ୍କ ମତରେ ଅତର ଲଗାଇଲେ ସେମାନଙ୍କୁ ଖୁବ୍ ଫୂର୍ତ୍ତି ଲାଗିଥାଏ। କାର୍ୟ୍ୟସ୍ଥଳରେ ଏକ ଭିନ୍ନ ବାତାବରଣ ମଧ୍ୟ ଅନୁଭୂତ ହୋଇଥାଏ।

ବିଶେଷଜ୍ଞଙ୍କ ମତରେ ଭଲକମ୍ପାନୀର ଅତର ଲଗାଇଲେ ତାହା ଶରୀର ଉପରେ କୌଣସି କୁପ୍ରଭାବ ପକାଇ ନଥାଏ।

ପ୍ରାୟ ୫୫୦ ବର୍ଷ ତଳେ କେବଳ ଗ୍ରୀକ୍ ପ୍ରାନ୍ତରେ ହିଁ ଗୋଲାପ ଫୁଲର ଦାମୀ ହାତତିଆରି ଅତର ପ୍ରସ୍ତୁତ କରାଯାଉଥିଲା। ବିଶ୍ବର ପ୍ରତ୍ୟେକ ପ୍ରାନ୍ତକୁ ଏହା ରପ୍ତାନୀ ହେଉଥିବାର ଜଣାପଡ଼ିଛି।

ଜାପାନରେ ଯେ କୌଣସି ଶୁଭ କାମରେ ଅତିଥିଙ୍କୁ ମହଙ୍ଗା ଅତର ସବୁଠୁ ଉତ୍ତମ ଉପହାର ଭାବେ ବିବେଚନା କରାଯାଏ।

ଆଜିର ସମୟରେ ଅତର ବ୍ୟବସାୟ କୋଟିକୋଟି ଟଙ୍କାରେ ପହଞ୍ଚିଲାଣି। ତେବେ ଗତ ୧୦୦ ବର୍ଷ ମଧ୍ୟରେ ପ୍ୟାରିସର ଅତର ୧ ନମ୍ବର ସ୍ଥାନରେ ରହିଛି।

Leave A Reply