www.samajalive.in
Tuesday, December 9, 2025
23.1 C
Bhubaneswar

ବାଣଫୁଟାକୁ କେନ୍ଦ୍ରକରି ଗଣ୍ଡଗୋଳ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ, ଆନ୍ଦୋଳନସ୍ଥଳରେ ପୂର୍ବତନ ବିଧାୟକ ରୋହିତ ପୂଜାରୀ

ସମ୍ବଲପୁର: ଗତ ଶୁକ୍ରବାର ବିଳମ୍ବିତ ରାତିରେ କ୍ଷେତରାଜପୁର ଥାନା ଅନ୍ତର୍ଗତ ମୁଙ୍ଗାପଡା ବିହାରିପଡାଠାରେ ବାଣଫୁଟାକୁ କେନ୍ଦ୍ରକରି ହୋଇଥିବା ଗଣ୍ଡଗୋଳ ଘଟଣାରେ ନ୍ୟାୟ ଓ କ୍ଷତିପୂରଣ ଦାବିରେ ଷ୍ଟେସନପଡାନିବାସୀ ସ୍ଥାନୀୟ କ୍ଷେତରାଜପୁରସ୍ଥିତ ଧର୍ମଶାଳା ସମ୍ମୁଖରେ ସୋମବାର ଅପରାହ୍ନରେ ରାସ୍ତାରୋକୋ କରିଥିଲେ। କ୍ଷେତରାଜପୁର ବଜାରକୁ ଆସୁଥିବା ସମସ୍ତ ଯାନବାହନ ଓ ଦୋକାନ ବଜାରଗୁଡିକୁ ଆନ୍ଦୋଳନକାରୀମାନେ ବନ୍ଦ କରାଇ ଦେବା ସହିତ ରାସ୍ତା ଉପରେ ବସି ରହିଥିଲେ। ଅପରାହ୍ନ ପ୍ରାୟ ୩ଟାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ପ୍ରାୟ ସାଢ଼େ ୬ଟା ପର୍ଯ୍ୟନ୍ତ ଚାଲିଥିଲା । ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ ପୀଡିତ ବ୍ୟକ୍ତିମାନଙ୍କୁ ପୁଲିସ ହଇରାଣ କରିବା ସହିତ ଅଭିଯୁକ୍ତମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଏହି ଘଟଣାରେ ବାଦଲ ନାମକ ଯୁବକ ଏବେ ମଧ୍ୟ ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ରହିଛନ୍ତି । ଚିକିତ୍ସିତ ହେଉଥିବା ଯୁବକଙ୍କୁ କ୍ଷତିପୂରଣ ପାଇଁ ଅଞ୍ଚଳାବସୀ ଦାବି କରିଛନ୍ତି । ଏଥିସହ ଗଣ୍ଡଗୋଳରେ ଆହତ ଅନ୍ୟ ଯୁବକମାନେ ମଧ୍ୟ ଧାରଣାରେ ବସି କ୍ଷତିପୂରଣ ଦାବି କରିଛନ୍ତି।

ଆନ୍ଦୋଳନସ୍ଥଳକୁ ପୂର୍ବତନ ବିଧାୟକ ତଥା ବିଜେଡିର ଜିଲା ସଭାପତି ଇଂ ରୋହିତ ପୂଜାରୀ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ସମର୍ଥନ ଦେବା ସହିତ ପ୍ରଶାସନିକ ଅବହେଳାର ବିରୋଧ କରିଥିଲେ। ଏହି ଅବସରରେ ଇଂ ପୂଜାରୀ କହିଛନ୍ତି ଯେ, ସମ୍ବଲପୁରରେ ଆଇନ ଶୃଙ୍ଖଳା ଭୂଶୁଡି ପଡିଛି। କୋରେକ୍ସ, ନିଶା ବଟିକ ଓ ସଟ୍ଟା ବେପାରରେ ସମ୍ବଲପୁର ଖାଲି ଓଡିଶା ନୁହେଁ ବରଂ ଦେଶରେ ନୂଆ ହବ ପାଲଟିଛି।  ଆକ୍ରମଣକାରୀଙ୍କ ବିରୋଧରେ ଠିକ ଦଫା ଲାଗିବା ଉଚିତ। ନ ହେଲେ ଆଗକୁ ଆମେ ଆଇଜି ଓ ଏସପି କାର୍ଯ୍ୟାଳୟ ଘେରାଓ କରିବୁ। ଜିଲା ପ୍ରଶାସନ ତା’ର କାମ ଠିକରେ କରୁ। ଆପଣମାନେ ବିଜେପି ନେତା ଓ ବିଧାୟକଙ୍କ କଣ୍ଡେଇ ହେବା କଥା ନୁହେଁ । ଏ ସରକାର ସବୁ ଦିନ ରହିବ ନାହିଁ । ଆଗକୁ ଆମେ ଜବାବ ଦେବୁ । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଓ କାହାରିକୁ ଅଯଥା ସହଯୋଗ କରନ୍ତୁ ନାହିଁ, ନ ହେଲେ ଆମେ ଆନ୍ଦୋଳନ କରିବୁ ବୋଲି ଇଂ ପୁଝାରୀ କହିଛନ୍ତି । ସଦର ଏସଡିପିଓ ତୁଫାନ ବାଗଙ୍କ ନେତୃତ୍ୱରେ ପୁଲିସର ଏକ ଦଳ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ପ୍ରତ୍ୟାହାର ହୋଇଥିଲା।

- Advertisement -

ସୂଚନାଯୋଗ୍ୟ ଯେ, ମୁଙ୍ଗାପଡାର ବିହାରିପଡାଠାରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବାଣ ଫୁଟାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଉଭୟ ପକ୍ଷର ୧୦ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଏକ ବେସରକାରୀ ଡାକ୍ତରଖାନାର ଆଇସିୟୁରେ ଏବେ ମଧ୍ୟ ଚିକିତ୍ସିତ ରହିଛନ୍ତି । ଏହି ଘଟଣାରେ ପୁଲିସ ଗତକାଲି ୭ ଜଣଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories