www.samajalive.in
Friday, November 14, 2025
25.1 C
Bhubaneswar

କଟକ ବାଲିଯାତ୍ରାକୁ ଆସିବେ ବହୁ ଦକ୍ଷିଣ ଏସୀୟ ରାଷ୍ଟ୍ର

ଦ୍ଭ ଭୁବନେଶ୍ବର: ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ଐତିହାସିକ କଟକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ଐତିହ୍ୟ ମାନ୍ୟତା ଦେବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ସେନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କାର୍ଯ୍ୟାରମ୍ଭ କରୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସଙ୍ଗକୁ ନେଇ କିଛି ଦିନ ପୂର୍ବେ କେନ୍ଦ୍ର ସଂସ୍କୃତି ବିଭାଗ ଓ ବୈଦେଶିକ ମନ୍ତ୍ରଣାଳୟକୁ ଦାବି ଜଣାଇଥିଲେ। ଚଳିତ ବର୍ଷ ବାଲିଯାତ୍ରାରେ ଦକ୍ଷିଣ ଏସିଆ ମହାଦେଶର ବହୁ ଦେଶ ଏଥିରେ ଭାଗ ନେବେ। ଅନ୍ତର୍ଜାତୀୟ ଐତିହ୍ୟ ମାନ୍ୟତା ଦେବାକୁ ଏକ କମିଟି ଗଠନ କରାଯାଇଥିବା ସୂଚନା ମିଳିଛି।
କଟକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ଐତିହ୍ୟ ଉତ୍ସବ ମାନ୍ୟତା ଦେବାକୁ ୟୁନେ‌‌ସ୍କୋ ନିକଟରେ ଦାବି ଉପସ୍ଥାପନ କରାଯିବ। ଏଥିନିମ‌େ‌ନ୍ତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକଙ୍କୁ ଏହି କମିଟିର ସଭାପତି କରାଯାଇଛି। ଏହି କମିଟି ବାଲିଯାତ୍ରାର ଇତିହାସ ଓ ନୌବାଣିଜ୍ୟ ସଂକ୍ରାନ୍ତ ତଥ୍ୟ ସହ ସାହିତ୍ୟ, ପୁସ୍ତକ, ବିଭିନ୍ନ ପ୍ରାମାଣିକ ଦସ୍ତାବିଜ ଏକାଠି କରାଯାଉଛି। କମିଟି ସଦସ୍ୟମାନେ ଇତିମଧ୍ୟରେ ଏକ ବୈଠକ କରିସାରିଛନ୍ତି। ମୁଖ୍ୟତଃ ଚଳିତ ବାଲିଯାତ୍ରାର ଫଟୋ ଓ ଭିଡିଓ ରେକର୍ଡ କରାଯାଇ ତାକୁ ପ୍ରମାଣ ଭାବେ ରଖାଯିବ। କଟକସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟ ସମେତ ରାଜ୍ୟର ବିଭିନ୍ନ ସଂଗ୍ରହାଳୟରେ ଥିବା ବାଲିଯାତ୍ରା ସମ୍ବନ୍ଧୀୟ ତଥ୍ୟ ଏକାଠି କରାଯାଉଛି। ପୁସ୍ତକ ସହ ଲୋକକଥା ଇତିହାସ, ବସ୍ତୁ, ଫଟୋ, ବିଗତ ଦିନର ଫଟୋ, ଭିଡିଓ ସହ ଏହାର ପୃଷ୍ଠଭୂମି ବିଷୟରେ ବିଭିନ୍ନ ତଥ୍ୟ ଏକତ୍ର କରାଯାଉଛି। ସବୁ ତଥ୍ୟ ପ୍ରମାଣ ସ୍ବରୂପ ଓ ବାଲିଯାତ୍ରାର ପ୍ରାଚୀନତାକୁ ୟୁନେ‌େ‌ସ୍କା ନିକଟରେ ଉପସ୍ଥାପନ କରିବାକୁ ଯୋଜନା ରଖାଯାଇଛି।
ଚଳିତ ବର୍ଷ ପ୍ରଥମ ଥର ପାଇଁ ବାଲିଯାତ୍ରାରେ କିଭଳି ଦକ୍ଷିଣ ଏସିଆ ରାଷ୍ଟ୍ର ଭାଗ ନେବେ ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରୁଛନ୍ତି। କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ଶ୍ରୀଲଙ୍କା, ଭୁଟାନ, ନେପାଳ, ଥାଇଲାଣ୍ଡ, ଇଣ୍ଡୋନେସିଆ, ମିଆଁମାର ଭଳି ଦେଶକୁ ରାଜ୍ୟ ସରକାର ଆମନ୍ତ୍ରଣ କରିଛନ୍ତି। କେତେକ ଦେଶ ଏନେଇ ଆଗ୍ରହ ଦେଖାଇଛନ୍ତି। ଏସବୁ ଦେଶରୁ ସାଂସ୍କୃତିକ ଦଳ ଆସିବା କାର‌୍ୟ୍ୟକ୍ରମ ରହିଛି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏହି ଟ୍ରୁପ୍‌କୁ ଅର୍ଥ ପ୍ରଦାନ କରାଯିବ। ସେସବୁ ଦେଶର ଆଗ୍ରହୀ ବ୍ୟବସାୟୀଙ୍କୁ ମଧ୍ୟ ସୁଯୋଗ ମିଳିବ।
ଏଥିସହ ବିଦେଶରୁ ଆମନ୍ତ୍ରିତ ଅତିଥିଙ୍କୁ ରାଜ୍ୟ ଅତିଥି ଭାବେ ସେବା ପ୍ରଦାନ କରିବ ସଂସ୍କୃତି ବିଭାଗ। ଏହାବ୍ୟତୀତ ବାଲିଯାତ୍ରାରେ ଓଡ଼ିଶାର ପର୍ଯ୍ୟଟନ ଐତିହ୍ୟର ପ୍ରଚାର କରିବାକୁ ସଂସ୍କୃତି ବିଭାଗର ଷ୍ଟଲ୍‌ ଖୋଲାଯିବ। ଏଥିରେ ନୌବାଣିଜ୍ୟ ଏବଂ ବୁଦ୍ଧ ସର୍କିଟ୍‌ର ବିଭିନ୍ନ ପର‌୍ୟ୍ୟଟନସ୍ଥଳ ସଂପର୍କରେ ପ୍ରଚାର ପ୍ରସାର କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏଥିପାଇଁ କେନ୍ଦ୍ର ସଂସ୍କୃତି ବିଭାଗ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଯୋଗସୂତ୍ର ରଖି କାମ କରୁଛି। କଟକ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ସହ ୟୁନେସ୍କୋ ପକ୍ଷରୁ କିଭଳି ସ୍ବୀକୃତି ମିଳିବ ସେଥିପାଇଁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି।

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories