www.samajalive.in
Monday, December 8, 2025
14.1 C
Bhubaneswar

ବାଣଫୁଟା କଟକଣା ଉଲ୍ଲଂଘନ: ଦିଲ୍ଲୀ ସରକାର, ପୁଲିସ ମୁଖ୍ୟଙ୍କୁ କୈଫିୟତ ତଲବ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ରୋକିବାକୁ ଦିଲ୍ଲୀରେ ବାଣ ବିକ୍ରି ଓ ବାଣଫୁଟା ଉପରେ କଟକଣା ଜାରି କରାଯାଇଥିଲା। ଏହାସତ୍ତ୍ବେ ଗତ ଗୁରୁବାର ଦୀପାବଳି ଉପଲକ୍ଷେ ସହରରେ ପ୍ରବଳ ବାଣ ଫୁଟାଯାଇଥିବାରୁ ପ୍ରଦୂଷଣ ସ୍ଥିତି ସାଂଘାତିକ ହୋଇପଡିଛି। ଏହାକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୋମବାର ଜଷ୍ଟିସ ଅଭୟ ଓକା ଓ ଜଷ୍ଟିସ ଅଗଷ୍ଟାଇନ ଜର୍ଜ ମାସିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆଗତ ମାମଲାର ଶୁଣାଣି କରି ଦିଲ୍ଲୀ ସରକାର ଓ ଦିଲ୍ଲୀ ପୁଲିସ ମୁଖ୍ୟଙ୍କୁ କୈଫିୟତ ତଲବ କରିଛନ୍ତି। ବାଣଫୁଟା କଟକଣାକୁ କାହିଁକି କଡାକଡି ଭାବେ ପାଳନ କରାଯାଇନାହିଁ, ସେ ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ଏଥିସହିତ ଏହି ପ୍ରସଙ୍ଗରେ ପଡୋଶୀ ପଞ୍ଜାବ ଓ ହରିୟାଣାରେ ଚାଲିଥିବା ନଡାପୋଡି ଘଟଣା ସମ୍ପର୍କରେ ମଧ୍ୟ ଜବାବ ଦାଖଲ କରିବାକୁ ଦୁଇ ରାଜ୍ୟକୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ବାଣ ବିକ୍ରି ଓ ବାଣଫୁଟା ସମ୍ପର୍କିତ କଟକଣାକୁ କାର୍ଯ୍ୟକାରୀ କରିବାକୁ କିଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା ଏବଂ ଆଗାମୀ ବର୍ଷ ପାଇଁ କ’ଣ ପ୍ରସ୍ତାବ ରହିଛି ସେ ସମ୍ପର୍କରେ ପୃଥକ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାର ଓ ଦିଲ୍ଲୀ ପୁଲିସକୁ ନିର୍ଦେଶ ଦିଆଯାଇଛି। ପୁନଶ୍ଚ ଦିଲ୍ଲୀରେ କେବଳ ଶୀତଋତୁରେ ବାଣ କଟକଣା ଲାଗୁ ନ କରି ବର୍ଷ ତମାମ କିଭଳି ଏହାକୁ କାର‌୍ୟ୍ୟକାରୀ କରାଯାଇପାରିବ, ସେଥିନେଇ ନକ୍‌ସା ପ୍ରସ୍ତୁତ କରିବାକୁ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୧୪କୁ ଧାର‌୍ୟ୍ୟ କରାଯାଇଛି। ସୂଚନାଯୋଗ୍ୟ ୨୦୧୮ ଅକ୍ଟୋବରରେ ସୁପ୍ରିମକୋର୍ଟ ଦିଲ୍ଲୀ ଓ ଏନ୍‌ସିଆରରେ ବାଣ ବିକ୍ରି ଓ ବାଣଫୁଟା ଉପରେ କଟକଣା ଜାରି କରିଥିଲେ। ଦିଲ୍ଲୀରେ କ୍ଷମତାସୀନ ଆପ୍‌ ସରକାର ସେହି ଦିନଠାରୁ ଏହି କଟକଣାକୁ ଲାଗୁ କରିଆସୁଥିଲେ ସୁଦ୍ଧା ଏହା ଫଳପ୍ରଦ ହୋଇପାରୁନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories