www.samajalive.in
Monday, December 15, 2025
26.1 C
Bhubaneswar

ୟୁପି, କେରଳ ଓ ପଞ୍ଜାବ ବିଧାନସଭା ଉପନିର୍ବାଚନ: ଭୋଟଗ୍ରହଣ ତାରିଖ ୧୩ରୁ ୨୦କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ବିଭିନ୍ନ ରାଜନୈତିକ ଦଳଙ୍କ ଅନୁରୋଧ ରକ୍ଷାକରି ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଉତ୍ତର ପ୍ରଦେଶ (ୟୁପି), କେରଳ ଓ ପଞ୍ଜାବର ମୋଟ ୧୪ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନକୁ ନଭେମ୍ବର ୧୩ରୁ ୨୦କୁ ଘୁଞ୍ଚାଇ ଦେଇଛନ୍ତି। ତେବେ ଫଳାଫଳ ଘୋଷଣା ତାରିଖ ନଭେମ୍ବର ୨୩କୁ ଅପରିବର୍ତ୍ତିତ ରଖାଯାଇଛି। ଆଗକୁ କାଲପଥି ରାସ୍ଥୋଲସାଭମ, କାର୍ତ୍ତିକ ପୂର୍ଣ୍ଣିମା ଏବଂ ଗୁରୁ ନାନକ ଦେବଙ୍କୁ ପ୍ରକାଶ ପର୍ବ ପାଳିତ ହେବାକୁ ଯାଉଥିବାରୁ ଉପନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଇସିଙ୍କ ନିକଟରେ ଅନୁରୋଧ କରାଯାଇଥିଲା। ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୧୪ ଆସନ ମଧ୍ୟରୁ ଉତ୍ତର ପ୍ରଦେଶର ୯, ପଞ୍ଜାବର ୪ ଓ କେରଳର ଗୋଟିଏ ଆସନ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ୧୫ ରାଜ୍ୟରେ ଥିବା ୪୮ ବିଧାନସଭା ଏବଂ ୨ଟି ଲୋକସଭା ଆସନରେ ଉପନିର୍ବାଚନ ନିମନ୍ତେ ଇସି ନଭେମ୍ବର ୧୩କୁ ଧାର‌୍ୟ୍ୟ କରିଥିଲେ। ତେବେ ଏହି ପର୍ବ ପର୍ବାଣିରେ ଲୋକେ ବ୍ୟସ୍ତ ରହୁଥିବାରୁ ମତଦାନ ହାର ହ୍ରାସ ପାଇବାର ଆଶଙ୍କା ଉପୁଜିଛି। ପୂର୍ବରୁ ବିଭିନ୍ନ ବୈଧ କାରଣକୁ ଦୃଷ୍ଟିରେ ରଖି ଇସି ବିଭିନ୍ନ ରାଜ୍ୟରେ ନିର୍ବାଚନ ତାରିଖ ଘୁଞ୍ଚାଇଥିବାର ଦୃଷ୍ଟାନ୍ତ ରହିଛି। ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ଆସନଗୁଡିକ ହେଲା ମୀରାପୁର, କୁନ୍ଦାର୍କି, ଗାଜିଆବାଦ, ଖୈର, ସିସାମୌ, କରହାଲ, ଫୁଲପୁର, କାଟେହାରୀ ଓ ମାଝାୱାନ (ୟୁପି), ଡେରା ବାବା ନାନକ, ଛାବେୱାଲ, ଗିଡରବାହା ଓ ବର୍ଣ୍ଣାଲା (ପଞ୍ଜାବ ଏବଂ ପାଲାକାଡ୍‌ (କେରଳ)। ଏହି ଆସନଗୁଡିକରୁ ନିର୍ବାଚିତ ହୋଇଥିବା ଏକାଧିକ ବିଧାୟକ ଗତ ଲୋକସଭା ନିର୍ବାଚନ ଜିତି ସାଂସଦ ହୋଇଥିବା ଏବଂ ଅନ୍ୟ କେତେକ ପ୍ରାଣ ହରାଇଥିବାରୁ ଉପନିର୍ବାଚନ ଜରୁରୀ ହୋଇପଡିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories