www.samajalive.in
Sunday, December 7, 2025
23.1 C
Bhubaneswar

ବାଂଲାଦେଶରେ ହିନ୍ଦୁ ଆନ୍ଦୋଳନକୁ ଭଣ୍ଡୁର ଯୋଜନା, ସାଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଢାକା: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନେ ଚଳାଇଥିବା ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ୧୮ଜଣ ସାଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି। ସାଧୁମାନେ ହିନ୍ଦୁ ଆନ୍ଦୋଳନର ନେତୃତ୍ବ ନେଉଥିବାରୁ ସେମାନଙ୍କୁ ମିଥ୍ୟା ମାମଲାରେ ଜେଲ୍‌ରେ ଭର୍ତ୍ତି କରିବାକୁ ସରକାର ଯୋଜନା ଚଳାଇଛନ୍ତି। ମାତ୍ର ସାଧୁଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲାକୁ ପ୍ରତ୍ୟାହାର କରିବାକୁ ଆନ୍ଦୋଳନକାରୀ ହିନ୍ଦୁ ସଂଗଠନଗୁଡିକ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେଉଥିବାବେଳେ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଦାବି କରାଯାଇଛି। ଏହା ସହିତ ସଂଖ୍ୟାଲଘୁ ହିନ୍ଦୁଙ୍କୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଏକ ଟ୍ରାଇବୁନାଲ ଗଠନ କରାଯାଉ। ଅକ୍ଟୋବର ୨୫ରେ ଚଟ୍‌ଗ୍ରାମର ନ୍ୟୁ ମାର୍କେଟ ଅଞ୍ଚଳରେ ଦେଶର ଜାତୀୟ ପତାକା ଠାରୁ ଉପରେ ଗୈରିକ ପତାକା ଉଡାଯାଇଥିଲା। ଜାତୀୟ ପତାକାକୁ ଏପରି ଅସମ୍ମାନ ପାଇଁ ହିନ୍ଦୁ ସାଧୁଙ୍କ ବିରୋଧରେ ଅକ୍ଟୋବର ୩୦ରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା। ଚଟ୍‌ଗ୍ରାମର କୋଟୱାଲି ଥାନାରେ ଫିରୋଜ ଖାଁଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ମାତ୍ର ଏପରି ଅଭିଯୋଗକୁ ହିନ୍ଦୁ ସଂଗଠନ ଖଣ୍ଡନ କରିଛି। ଯେଉଁ ପତାକା ଉପରେ ଗୈରିକ ପତାକା ଉଡାଯାଇଥିଲା ତାହା ଦେଶର ଜାତୀୟ ପତାକା ନଥିଲା ବୋଲି ପୁଣ୍ଡରିକ୍ ଧାମ୍‌ର ସଭାପତି ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀ କହିଛନ୍ତି। ଚିନ୍ମୟ ଦାସ କହିଛନ୍ତି ଯେ ହିନ୍ଦୁ ସାଧୁଙ୍କ ଉପରୁ ଦେଶଦ୍ରୋହ ମାମଲା ପ୍ରତ୍ୟାହାର କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories