www.samajalive.in
Saturday, December 6, 2025
14.1 C
Bhubaneswar

ନଭେମ୍ବର ମାସରେ ରାଜଯୋଗ; ଶୁକ୍ର-ଶନି ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ଚମକିବ ଭାଗ୍ୟ, ମିଳିବ ହଠାତ୍‌ ଧନ..

ନଭେମ୍ବର ମାସ ଗ୍ରହ-ନକ୍ଷତ୍ରଙ୍କ ଚଳନ ଦୃଷ୍ଟିରୁ ଖୁବ୍‌ ମହତ୍ତ୍ୱ ପୂର୍ଣ୍ଣ । ଏହି ମାସରେ ଶନି ଚଳନ କରିବେ । ଶୁକ୍ର ରାଶି ପରିବର୍ତ୍ତନ କରି ଧନୁଙ୍କ ରାଶିରେ ପ୍ରବେଶ କରିବେ । ଏହାଦ୍ୱାରା ଏକ ବିଶେଷ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ସୂର୍ଯ୍ୟ ଚଳନ କରି ବିଛା ରାଶିରେ ପ୍ରବେଶ କରିବେ । ଏହାର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିବ । ମାତ୍ର ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଜାଣନ୍ତୁ..

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ସମୟ ରହିଛି । ବ୍ୟବସାୟୀଙ୍କୁ ଲାଭ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ବାପା-ମାଆଙ୍କ ଆଶୀର୍ବାଦ ମିଳିବ । ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ ।

- Advertisement -

ମିଥୁନ – ବ୍ୟବସାୟୀ ଲାଭବାନ୍‌ ହେବେ । ସନ୍ତାନ ସୁଖ ପ୍ରାପ୍ତି ହେବ । ବିଦ୍ୟାର୍ଥୀ ଲାଭବାନ୍‌ ହେବେ । ଶୁଭ ଖବର ମିଳିବ ।

କର୍କଟ – ର୍କଟ ରାଶିଙ୍କ ପାଇଁ ସମୟ ଅନୁକୂଳ ରହିଛି । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଭବିଷ୍ୟତରେ ଏହାର ଲାଭ ମିଳିବ । କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ସହକର୍ମୀଙ୍କ ସହଯୋଗ ମିଳିବ ।

ଦେଖନ୍ତୁ ଭିଡିଓ; କେମିତି ରେଳ ଧାରଣା ପାର୍‌ କଲେ ହାତୀପଲ..

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଶୁଭଫଳ ମିଳିବ । ମାସ ଶେଷରେ ଏକ ବଡ ଇଚ୍ଛା ପୂରଣ ହେବ । ଜୀବନରେ ଥିବା ସମସ୍ୟା ଦୂର ହେବ । ମାନସିକ ଶାନ୍ତି ମିଳିବ । ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ । ଜୀବନସାଥୀଙ୍କ ସହ ସମ୍ପର୍କ ମଜଭୁତ ହେବ ।

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ । କରଜରୁ ମୁକ୍ତି ମିଳିବ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ । ରୋଗରୁ ମୁକ୍ତି ମିଳିବ । କୋର୍ଟ-କଚେରୀ ମାମଲରେ ସଫଳତା ମିଳିବ ।

ମକର – ଅନେକ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ମନ ପସନ୍ଦର ଚାକିରି କିମ୍ବା ବ୍ୟବସାୟରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କ ସହ ସମ୍ପର୍କ ମଜଭୁତ ହେବ ।

କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଅନେକ ସମସ୍ୟା ଦୂର ହେବ । କର୍ମକ୍ଷେତ୍ରରେ ଉନ୍ନତି ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories