www.samajalive.in
Saturday, December 6, 2025
16.1 C
Bhubaneswar

ଜାଣନ୍ତୁ ; ମହିଳା ହୁଅନ୍ତୁ କି ପୁରୁଷ, ଏହି ବାରରେ ତେଲ ଲଗାଇଲେ ହୋଇଯିବେ କାଙ୍ଗାଳ..

କେଶକୁ ସୁସ୍ଥ ରଖିବା ପାଇଁ ତେଲର ବ୍ୟବହାର କରାଯାଏ । ତେଲ ଲଗାଇବା ଦ୍ୱାରା କେଶ ମଜଭୁତ ହୋଇଥାଏ । ମହିଳାଙ୍କ ତୁଳନାରେ ପୁରୁଷମାନେ ନିୟମିତ ତେଲର ବ୍ୟବହାର କରି ଥାଆନ୍ତି । କେଶ ବ୍ୟତୀତ ଶରୀରରେ ମଧ୍ୟ ତେଲ ମାଲିସ କରିବା ଦ୍ୱାରା ଶରୀର ସୁସ୍ଥ, ଚିକ୍କଣ ରହିଥାଏ । ବିଶେଷ କରି ଶୀତ ଦିନରେ ଶରୀରରେ ତେଲ ମାଲିସ୍‌ କରିବା ଦ୍ୱାରା ଶୁଷ୍କତା ସମସ୍ୟା ଦୂର ହୋଇଥାଏ ।

ମାତ୍ର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତେଲ ସହ ଜଡିତ କିଛି ନିୟମ ବର୍ଣ୍ଣନା କରାଯାଇଛି । ଜାଣନ୍ତୁ..
ଯେପରି କେଶ କାଟିବା ପାଇଁ ବାରର ମହତ୍ତ୍ୱ ରହିଛି, ସେହିପରି ତେଲ ଲଗାଇବା ପାଇଁ ମଧ୍ୟ ବାରର ମହତ୍ତ୍ୱ ରହିଛି । ଶାସ୍ତ୍ରରେ ତେଲ ଲଗାଇବା ପାଇଁ ଶୁଭ ଦିନ ବର୍ଣ୍ଣନା କରାଯାଇଛି । କେଉଁ ବାରରେ ତେଲ ଲଗାଇଲେ ଧନ ଅଭାବ, ଆର୍ଥିକ ସମସ୍ୟା ଲାଗି ରହେ, ତାହା ମଧ୍ୟ ମାନ୍ୟତା ରହିଛି । ନିୟମର ପାଳନ ନକରିବା ଦ୍ୱାରା ଜାତକରେ ଗ୍ରହଙ୍କ କୁପ୍ରଭାବ ସହ କାଙ୍ଗାଳ କରି ଦେଇଥାଏ ।

ନଭେମ୍ବର ୭ରେ ଶୁକ୍ର କରିବେ ରାଶି ପରିବର୍ତ୍ତନ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..

- Advertisement -

ମଙ୍ଗଳବାର – ମଙ୍ଗଳବାର କେଶରେ ତେଲ ଲଗାଇଲେ ଜୀବନରେ ସର୍ବଦା ଦୁଃଖ ଲାଗି ରହିଥାଏ । କିଛି ନା କିଛି ସମସ୍ୟା ଜୀବନରେ ଲାଗି ରହିଥାଏ ।

ଶୁକ୍ରବାର – ଏହି ଦିନ ତେଲ ଲଗାଇଲେ କର୍ମକ୍ଷେତ୍ରରେ ସମସ୍ୟା ହୋଇଥାଏ । ଗୋଟିଏ କାମ ଦୀର୍ଘ ଦିନ ଧରି ଅଟକି ରହିଥାଏ ।

ଗୁରୁବାର – ଏହି ଦିନ ତେଲ ଲଗାଇଲେ ସୌଭାଗ୍ୟ ଦୂର ହୋଇଯାଏ । ଜୀବନରେ ସମସ୍ୟା ଲାଗି ରହିଥାଏ ।

ରବିବାର – ଧାର୍ମିକ ମାନ୍ୟତା ଅନୁସାରେ ରବିବାର ତେଲ ଲଗାଇଲେ ସବୁବେଳେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥାଏ ।

ମାନ୍ୟତା ଅନୁସାରେ, ସୋମବାର ତେଲ ଲଗାଇବା ଦ୍ୱାରା ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ ।

ବୁଧବାର ତେଲ ଲଗାଇବା ଦ୍ୱାରା ସୌଭାଗ୍ୟ ବୃଦ୍ଧି ସହ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ ।

ଶନିବାର ତେଲ ଲଗାଇବା ଦ୍ୱାରା ସଦ୍‌ବୁଦ୍ଧି ସହ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ।

‘ଭୁଲ୍‌ ଭୁଲୈୟା ୩’,‘ସିଙ୍ଘମ ଏଗେନ୍‌’ ଜାଣନ୍ତୁ ପ୍ରଥମ ଦିନରେ କିଏ ମାରିଲା ବାଜି..

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories